Hot Posts

6/recent/ticker-posts

ପ୍ରତିଶୃତି ଦେଇ ପ୍ରଶାସନ ନିରବ, ଧାରଣା ରେ ବସିଲେ ଗ୍ରାମବାସୀ

କର୍ଲାମୁଣ୍ଡା, ୦୯/୪ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଂଚାୟତ ସିଲେଟପଡା ଠାରୁ କୁସୁର୍ଲା ହରଗୋରି ମନ୍ଦିର ଛକ ୫୯ ଜାତୀୟ ରାଜପଥ ଏନ୍ଏଚ୍ କୁ ସଂଯୋଗ କରୁଥିବା ସିଲେଟପଡା ରାସ୍ତା ମରଣଜନ୍ତା ପାଲଟିଛି। ପଂଚାୟତ, ବ୍ଲକ, ଜିଲ୍ଲା ପ୍ରଶାସନ କୁ ଲିଖିତ ଭାବରେ ବାରମ୍ବାର ଜଣାଇ ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇ ନଥିବାରୁ ଗ୍ରାମବାସୀ ବୁଧବାର ଜାତୀୟ ରାଜପଥ କୁସୁର୍ଲା ନୀଳକଣ୍ଠେଶ୍ଵର ମନ୍ଦିର ଛକ ବରଗଛ ତଳେ ୫୯ ରେ ଧାରଣା ରେ ବସିଛନ୍ତି । ସାମାଜିକ ଯୁବ କର୍ମୀ ଚୈତନ୍ୟ ସାହୁ, ଦ୍ରୋଣ ସାହୁ, ଜଳନ୍ଧର ଭୋଇ, ଶଶିଭୂଷଣ ଜାନି, ରୋହିତ ନାଗ, ସିଲେଟପଡା ଗ୍ରାମବାସୀ ନେତୃତ୍ୱ ନେଇ ଥିବା ବେଳେ କୁସୁର୍ଲା ଗ୍ରାମ ର ହେମସାଗର ସାହୁ ଓ ଦାଣ୍ଡିଭଜା ଗ୍ରାମ ର ଜନ୍ମଜୟ କମ୍ପ ଏବଂ ଏଥିରେ କଂଗ୍ରେସ ବ୍ଲକ ସଭାପତି ତଥା ଜିଲ୍ଲା ପରିଷଦ ସୁରେଶ ଚୌଧରୀ ଧାରଣା କୁ ସମର୍ଥନ କରି ଉପସ୍ଥିତ ଥିବା ଜଣାପଡିଛି । ୨୦୧୫ ମସିହା ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ମରାମତି କାର୍ଯ୍ୟ କିମ୍ବା ନୂତନ କାର୍ଯ୍ୟ ହୋଇପାରି ନଥିବାରୁ ପ୍ରାୟ ଚାରି ବର୍ଷ ଧରି ରାସ୍ତା ବିପଦ ସଙ୍କୁଳ ଅବସ୍ତାରେ ଗତି କରୁଛି। ରାସ୍ତା ଖାଲ ଢିପ ହୋଉ ପଡିଛି। ବର୍ଷା ମାସରେ ବର୍ଷା ଯୋଗୁ ବିପଦ ଅବସ୍ଥା ରେ ରହିଛି। ଉକ୍ତ ରାସ୍ତା ରେ ଯାତାୟାତ କରୁଥିବା ଛାତ୍ର ଛାତ୍ରୀ ଏବଂ ଆଖ ପାଖ ଅଂଚଳ ଗାଁ ଲୋକେ ପ୍ରତି ଦିନ ଦୁର୍ଘଟଣା ଶିକାର ହେଉଥିବା ନେଇ ସାମାଜିକ କର୍ମୀ ଚୈତନ୍ୟ ସାହୁ, ଦ୍ରୋଣ ସାହୁ, ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ବାରମ୍ବାର ଲିଖିତ ଭାବରେ ଜଣାଇ ଥିଲେ ମଧ୍ୟ୍ୟ କାମ ହୋଇ ନାହିଁ । ଗତ ଫେବୃଆରୀ ମାସରେ କାମ ଆରମ୍ଭ କରାଯିବ ବୋଲି ଜେଇ କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇ ନାହିଁ ।