ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା
ଲଇକେରା, ୦୮/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ କିର୍ମିରା ବ୍ଳକ ଭାଲୁପତ୍ରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଙ୍ଗାଧର ମହାନ୍ତିଙ୍କୁ ସ୍କୁଲ ପକ୍ଷରୁ ଅବସରକାଳୀନ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି ।କାଦୋବାହାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶେଶ୍ୱର ଜୟପୁରିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଳକ ଶିକ୍ଷା ଅଧିକାରୀ ଜୟନାରାୟଣ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୂଖ୍ୟବକ୍ତା ଭାବେ ଶିକ୍ଷକ ତ୍ରୈଲୋକ୍ଯନାଥ ମହାପାତ୍ର, ଏବିଇଓ ହିରଣ୍ୟ ରୋହିଦାସ, ପିଏମଶ୍ରୀ କିର୍ମିରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୈାରୀନା୍ରାୟଣ ସିଂହ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁଷ୍ପଗୁଚ୍ଛ, ଉପଢୈାକନ ଦେଇ ସମ୍ୱର୍ଦ୍ଧନା ଜ୍ଞାପନ କରିବା ସହ ତାଙ୍କ କାର୍ଯ୍ୟ କଳାପ ଓ ବିତାଇଥିବା ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ ।ବନ୍ଦପାଲି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟେଲ, ଅର୍ଡା ପଞ୍ଚାୟତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୈତିମୟ ସଦୁଆଲ, ବାଗଡିହି ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା କିସାନ, ଭଉଁରା ହାଇସ୍କୁଲ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେର,ଭାଲୁପତ୍ରା ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହରିନାରାୟଣ ମହାନ୍ତି,ସ୍କୁଲର ଅବସର ଶିକ୍ଷକ ଚିତ୍ରକର ରଣା ଉପସ୍ଥିତ ଥିଲେ ।ଗ୍ରାମର ମହିଳା ସଂଘ,ସ୍କୁଲ ଛାତ୍ରଛାତ୍ରୀ ଯୋଗଦେଇ ମହାନ୍ତିଙ୍କୁ ମଧ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ।ଖେଳ ଶିକ୍ଷକ ଅକ୍ଷୟ ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସ୍କୁଲର କର୍ମଚାରୀ ଲକ୍ଷ୍ମଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।(ନବଦୂତ ନ୍ଯୁଜ)