Hot Posts

6/recent/ticker-posts

ଭୁବନେଶ୍ୱରରେ ବିଶାଳ ଆଦିବାସୀ ଗଣଧାରଣା: କନ୍ଧମାଳରୁ ୧୦୦୦ରୁ ଅଧିକ ଅଂଶଗ୍ରହଣ, AMO ପକ୍ଷରୁ କୃତଜ୍ଞତା ଜଣାଇଲେ ସଭାପତି

କନ୍ଧମାଳ, ୦୬/୦୪ (ଅଚ୍ୟୁତ ଜାନୀ) : ଆଦିବାସୀ ମହାସଂଘ ଓଡ଼ିଶା (AMO) ଡାକରାରେ ରାଜଧାନୀ ଭୁବନେଶ୍ୱରରେ ଅନୁଷ୍ଠିତ ବିଶାଳ ଗଣଧାରଣାରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବିପୁଳ ସଂଖ୍ୟାରେ ଲୋକଙ୍କ ଯୋଗଦାନ ଦେଖିବାକୁ ମିଳିଛି। ଏହି ମହାସମାବେଶରେ କନ୍ଧମାଳରୁ ପ୍ରାୟ ୧୦୦୦ରୁ ଅଧିକ ଲୋକ ଯୋଗଦେଇ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାମାନଙ୍କ ମଧ୍ୟରୁ ସର୍ବାଧିକ ଉପସ୍ଥିତି ଦେଖାଇଥିବାରୁ ଜିଲ୍ଲାକୁ ଗର୍ବିତ କରିଛନ୍ତି। ଆଦିବାସୀ ମହାସଂଘ କନ୍ଧମାଳ ପକ୍ଷରୁ ସଭାପତି ମନୋଜ କୁମାର ପ୍ରଧାନ ସମ୍ପାଦକ ଜିତେନ୍ଦ୍ର ନାୟକ, କୋଷାଧ୍ୟକ୍ଷ ଜୟ ମଙ୍ଗଳ ପ୍ରଧାନ ସମସ୍ତ ସଦସ୍ୟ, କାର୍ଯ୍ୟକର୍ତ୍ତା, ଜନସାଧାରଣ, ବୁଦ୍ଧିଜୀବୀ, ସରକାରୀ ଓ ବେସରକାରୀ କର୍ମଚାରୀ, ଅବସରପ୍ରାପ୍ତ ବ୍ୟକ୍ତିମାନେ, ଛାତ୍ରଛାତ୍ରୀ, ନାରୀଶକ୍ତି ଓ ବୟୋଜ୍ୟେଷ୍ଠମାନଙ୍କୁ ସହୃଦୟରୁ ସାଧୁବାଦ୍ ଜଣାଇଛନ୍ତି।ସେ ତାଙ୍କ ବିବୃତିରେ କହିଛନ୍ତି ଯେ, ଏହି ମହାସମାବେଶକୁ ସଫଳ କରିବାରେ ଅନେକ ସମାଜସେବୀ ଓ ସଂଗଠକମାନେ ନିଜ ନିଜ ସକ୍ଷମତା ଅନୁଯାୟୀ ଆର୍ଥିକ ଓ ସଂଗଠନାତ୍ମକ ସହଯୋଗ ଯୋଗାଇଥିଲେ। ବିଶେଷ କରି ଟିମ୍ AMO କନ୍ଧମାଳର ଜୟ ମଙ୍ଗଳ ପ୍ରଧାନ, ତ୍ରିବିକ୍ରମ ମଲ୍ଲିକ, ବିନୋଦ ପ୍ରଧାନ, ସିମାରା ପ୍ରଧାନ, କିଶୋର ଚନ୍ଦ୍ର ଘଟାଲ୍ ଓ ସମୀର ଘଟାଲ୍ ମହାସମାବେଶ ପାଇଁ ଆର୍ଥିକ ସଂଗ୍ରହରେ ଉଲ୍ଲେଖନୀୟ ଭୂମିକା ନିଭାଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ତଦ୍ ସହିତ AMO କନ୍ଧମାଳର କନଭେନର ଓ କୁଇ ସମାଜ ସେବା ସମିତି, ଫୁଲବାଣୀର ସାଧାରଣ ସମ୍ପାଦକ ଇଂ. ଅବନୀ କୁମାର କହଁରଙ୍କୁ ସମସ୍ତ ଶାଖା ଓ ଉପଶାଖାରୁ ଲୋକଙ୍କୁ ସଂଗଠିତ କରିବାରେ ମୁଖ୍ୟ ଭୂମିକା ପାଇଁ ଧନ୍ୟବାଦ୍ ଜଣାଇଥିବା ବେଳେ, AMO ଭୁବନେଶ୍ୱର ଇଉନିଟ୍ ସଭାପତି ବିବେକାନନ୍ଦ ପ୍ରଧାନଙ୍କୁ ମଧ୍ୟ ବିଶେଷ ସହଯୋଗ ପାଇଁ ସାଧୁବାଦ ଜଣାଇଛନ୍ତି।ଏହାସହ କୁଇ ସମାଜ ସମନ୍ୱୟ ସମିତିର ସାଧାରଣ ସମ୍ପାଦକ ଲମ୍ବୋଦର କହଁର, କନ୍ଧ ଆଦିବାସୀ କଲ୍ୟାଣ ଆସୋସିଏସନ (KAKA) ଗଞ୍ଜାମ, ଆଦିବାସୀ କର୍ମଚାରୀ କଲ୍ୟାଣ ସଂଘ କନ୍ଧମାଳ, ଉତ୍କଳ କୁଇ ଇଉନିଅନ ଘୁ ଉଦୟଗିରି ଓ କୁଇ କୁଳ ସମିତି ବାଲିଗୁଡା ସହିତ ଗୋଣ୍ଡ, କନ୍ଧ ଗୌଡ଼ ଓ କନ୍ଧ କୁମ୍ଭାର ସମାଜର ନେତୃବୃନ୍ଦଙ୍କୁ ମଧ୍ୟ ଏହି ସଫଳତା ପାଇଁ କୃତଜ୍ଞତା ଜଣାଇଛନ୍ତି।ସେପରି AMO କନ୍ଧମାଳର IT ସେଲ୍ ଇନ୍-ଚାର୍ଜ ଅଚ୍ୟୁତ ଯାନୀଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ସ୍ୱୟଂ ଉପସ୍ଥିତ ହୋଇପାରିନଥିଲେ ମଧ୍ୟ ପରୋକ୍ଷ ଭାବେ ଦେଇଥିବା ସହଯୋଗ ପାଇଁ ଧନ୍ୟବାଦ୍ ଜଣାଇବା ସହ ତାଙ୍କ ଶୀଘ୍ର ସ୍ୱାସ୍ଥ୍ୟଲାଭ ପାଇଁ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।ଶେଷରେ, ଆଦିବାସୀ ମାନଙ୍କ ସାମୁହିକ ସ୍ୱାର୍ଥ ରକ୍ଷା ଓ ସମଗ୍ର ବିକାଶ ପାଇଁ ଆଦିବାସୀ ମହାସଂଘ କନ୍ଧମାଳ ଓ ଆଦିବାସୀ ମହାସଂଘ ଓଡ଼ିଶାକୁ ଆହୁରି ସୁଦୃଢ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି।