Hot Posts

6/recent/ticker-posts

ପ୍ରବେଶ ଉତ୍ସବ ଓ ବାର୍ଷିକ ପରୀକ୍ଷାରେ ଶ୍ରେଣୀ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ନୂଆପଡ଼ା, ୦୪/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ କେଶରାଜପୁର ଆଦର୍ଶ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ବାର୍ଷିକ ପରୀକ୍ଷା ଶ୍ରେଣୀ ଟପ୍ପରଙ୍କୁ ସମ୍ବର୍ଦ୍ଧନା କରାଯାଇଛି l ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏପ୍ରିଲ ୪ ତାରିଖ ସମସ୍ତ ବିଦ୍ୟାଳୟରେ ଖଡିଛୁଆଁ ଓ ପ୍ରବେଶ ଉର୍ସବ ପାଳନ କରାଯାଉଛି ।ବିଦ୍ୟାଳୟର ଅଧ୍ୟକ୍ଷ ଚିତ୍ତରଞ୍ଜନ ମଟାରୀଙ୍କ ସଭାପତିତ୍ବରେ ପ୍ରବେଶ ଦ୍ଵାର ରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ଚନ୍ଦନ, ଫୁଲ ମାଳା ଦେଇ ସ୍ୱାଗତ ଜଣାଇ ଶ୍ରେଣୀ କକ୍ଷ କୁ ପ୍ରବେଶ କରାଇ ଥିଲେ lବିଦ୍ୟାଳୟ ର ନରୋତ୍ତମ ବାଗ, ପଙ୍କଜ ମାଝୀ, ଅନିମା ବାରିକ, ଯଦୁମଣି ବାରିକ, ସାଗର ମହାନ୍ତି,ଲିଲି ପଟେଲ,ଦେବସ୍ମିତା ହାଁସଦା, ସୁନିତା ସାହୁ, ରମ୍ଭା ବେହେରା,ରାମଚନ୍ଦ୍ର ମାଝୀ,ସତ୍ୟ ପ୍ରକାଶ ଦଣ୍ଡସେନା,କିଶନ ପଟେଲ,ଲକ୍ଷ୍ମଣ ବରିହା,ମନୋଜ ବେହେରା ଉପସ୍ଥିତ ହୋଇଥିଲେ l