ପୁନଃ ଅବସ୍ଥାପିତ ହେଲେ ବିଷ୍ଣୁପୁର ସରପଞ୍ଚ ମହେଶ୍ୱର ଜେନା ।
ବାଲିଆପାଳ, ୦୪/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ଚଳିତ ୨୦୨୨ ମସିହା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଲୋକଙ୍କ ଦ୍ଵାରା ନିର୍ବାଚନରେ ବିଜୟ ଲାଭ କରିଥିଲେ ସରପଞ୍ଚ ମହେଶ୍ୱର ଜେନା। କିନ୍ତୁ ତାଙ୍କ ନାଁରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କୋର୍ଟରେ ଚାରୋଟି ସନ୍ତାନ ଥିବା ନେଇ ଓ ତାଙ୍କର ଶିକ୍ଷା ଗତ ଯୋଗ୍ୟତାଙ୍କୁ ନେଇ କୋର୍ଟରେ ମାମଲା ରୁଜୁ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା । ପ୍ରଥମ ଦଫାରେ କୋର୍ଟ ମହେଶ୍ୱର ଜେନାଙ୍କୁ ତାଙ୍କ ସରପଞ୍ଚ ପଦବୀରୁ ବହିଷ୍କୃତ କରିଥିଲେ । ମାତ୍ର ମହେଶ୍ୱର ଜେନା ଏହି ହାଇକୋର୍ଟର ରାୟଙ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇ ଥିଲେ । ମାତ୍ର ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏସ ଏଲ ପି ନଂ ୭୨୮୮ ଦିଆ ଯାଇଥିବା ମାମଲାରେ ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ସ୍ଥଗିତାଦେଶ ଜାରି କରିଛନ୍ତି। ପୁନଶ୍ଚ ସୁପ୍ରିମକୋର୍ଟର କୌଣସି ପ୍ରକାର ରାୟ ନ ବାହାରିବା ପର୍ଯ୍ୟନ୍ତ ବିଷ୍ଣୁପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ମହେଶ୍ୱର ଜେନା ଦାୟିତ୍ୱରେ ରହିବେ । ଏହି ଅର୍ଡର କପି ବାଲେଶ୍ଵର ଜିଲ୍ଲା ପାଳ , ବାଲେଶ୍ଵର ଜିଲ୍ଲା ପଞ୍ଚାୟତରାଜ ବିଭାଗ ଅଧିକାରୀ ଓ ବାଲିଆପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଅଛି । ଏବେ ବିଷ୍ଣୁପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଦାୟିତ୍ୱ ନେବେ ଶ୍ରୀ ଯୁକ୍ତ ଜେନା।