Hot Posts

6/recent/ticker-posts

ବରୀରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ବିବାଦ, କ୍ଷତିପୂରଣ ଦାବିରେ ଜମିମାଲିକଙ୍କ ଧାରଣା

ବରୀ, ୨୦/୦୪ ( ରଂଜିତ ମହାନ୍ତି ) : ବରୀ କୁଆଖିଆ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ଚୂଡ଼ାକଳ ଛକରୁ ଚଟୁମାରୀ ପର୍ଯ୍ୟନ୍ତ ପୂର୍ତ୍ତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ। ଜମି ଅଧିଗ୍ରହଣ ନକରି ରାସ୍ତା ସଂପ୍ରସାରଣ କରାଯାଉଥିବା ଏବଂ ବିନା କ୍ଷତିପୁରଣ ପ୍ରଦାନରେ ଠିକାଦାର ଓ ପୂର୍ତ୍ତ ବିଭାଗ ବଳପୂର୍ବକ କାମଆରମ୍ଭ କରିବା ପ୍ରତିବାଦରେ କ୍ଷତିଗ୍ରସ୍ତ ଜମିମାଲିକମାନେ ବରୀ ତହସିଲକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ୨୦୦୪ ମସିହାରେ ଏହି ରାସ୍ତା ନିର୍ମାଣ ସମୟରେ ଜମି ହରାଇଥିବା ଜମିମାଲିକ ମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ। ପ୍ରତିବାଦରେ ସମାଜସେବୀ ସତ୍ୟରଞ୍ଜନ କରଙ୍କ ନେତୃତ୍ୱରେ କୁଳମଣି ଶୁକ୍ଳ, ସାବିତ୍ରୀ ଦାଶ, ସୀତାରାଣୀ ଦେଓ, ପ୍ରଶାନ୍ତ ପରିହାରୀ, ବିରଞ୍ଚି ନାରାୟଣ ସାହୁ, ଶଶିକାନ୍ତ ବେହେରା, ପ୍ରଭାତୀ ପରିଡା, ରୁକ୍ମଣୀ ମହାନ୍ତି, ଶରତ ସାହୁ, ସୁଦର୍ଶନ ସାହୁ, ବିଦ୍ୟାଧର ତ୍ରିପାଠୀ, ସନ୍ତୋଷ ପାଢ଼ୀ, ନିର୍ମଳ ମଳିକ, ଧରଣୀ ଧରମଳିକ, ଭାଗିରଥି ମଳିକ ଓ ନାରାୟଣ ମଳିକ ସହ ଅନେକ ଜମିମାଲିକ ଓ ସାମାଜିକ କର୍ମୀ ବରୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣାରେ ବସିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଚେତନ କରାଯାଇଥିଲା। ପ୍ରତିବାଦକାରୀମାନେ ଜମି ଅଧିଗ୍ରହଣ ଆଇନ ଅନୁସାରେ ପୂର୍ବ ସୂଚନା, ଯଥାର୍ଥ ମୂଲ୍ୟାୟନ ଓ ଯଥୋଚିତ କ୍ଷତିପୂରଣ ପ୍ରଦାନ ପରେ ମାତ୍ର ରାସ୍ତା ପ୍ରଶସ୍ତିକରଣ କାମ ଆରମ୍ଭ କରିବାକୁ ଦାବି କରିଥିଲେ। ସେମାନେ ଜିଲ୍ଲା ପ୍ରଶାସନ, ପୂର୍ତ୍ତି ବିଭାଗ ଓ ବରୀ ତହସିଲ ପ୍ରଶାସନଙ୍କ କାର୍ଯ୍ୟ ଅବହେଳାକୁ କଡା ଭାବେ ନିନ୍ଦା କରି ତୁରନ୍ତ କାମ ବନ୍ଦ କରି ସଠିକ୍ ପ୍ରକ୍ରିୟା ଅନୁସରଣ ପାଇଁ ଦାବି ଉଠାଇଥିଲେ। ପରେ ପୂର୍ତ୍ତି ବିଭାଗର ଯନ୍ତ୍ରୀ ନାରାୟଣ ଟୁଡୁ ଧାରଣା ସ୍ଥଳରେ ପହଞ୍ଚି ଜମିମାଲିକମାନଙ୍କୁ କ୍ଷତିପୂରଣ ଦିଆ ନଯିବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାର ପ୍ରତିଶ୍ରୁତି ଦେବା ପରେ ଧାରଣାକୁ ଆସନ୍ତା ତା୫ ମେ ୨୬ରିଖ ପର୍ଯ୍ୟନ୍ତ ସ୍ଥଗିତ କରାଗଲା ବୋଲି ଧାରଣାକାରୀମାନଙ୍କ ଠାରୁ ସୂଚନା ମିଳିଛି।