ମା ମାଉଳି କ୍ରିକେଟ କ୍ଲବ MMCC ପକ୍ଷରୁ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬
ଭବାନୀପାଟଣା, ୨୦/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ବ୍ଲକ ସ୍ଥିତ ସିଂହଝରନ୍ ପଡ଼ିଆ କ୍ଷେତ୍ର, ସରକାରୀ ଇଞ୍ଜିନିୟର କଲେଜ ନିକଟସ୍ଥ, ଭବାନୀପାଟଣାରେ “ ମା ମାଉଳି କ୍ରିକେଟ କ୍ଲବ MMCC ପକ୍ଷରୁ କ୍ରିକେଟ ଖେଳ ପ୍ରତଯୋଗିତା ୨୦୨୬ ଆୟୋଜିତ ହୋଇଯାଇଅଛି ଦୁଇଟି ଦଳ ବଲାଙ୍ଗୀର ଓ ଭବାନୀପାଟଣା ମଧ୍ୟରେ ସେମି ଫାଇନାଲ ଅନୁଷ୍ଟିତ ହୋଇଥିଲା ଏହି ସେମି ଫାଇନାଲ ମ୍ୟାଚ୍ ରେ ସମ୍ମାନିତ ଅତିଥି ମଞ୍ଜୁର ଅଲ୍ଲୀ ଖାଁ ସମାଜ ସେବୀ ଓ କୃଷକ ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ କେଶରୀ ଦୁର୍ଗା, ଏଵ ରଞ୍ଜନ ସାହୁ, ବିଦ୍ୟୁତ୍ ବିଭାଗ ର ଅଧିକାରୀ ଶୁଭମ ରଣା ଉପସ୍ଥିତ ରହି ଥିଲେ ଓ କମିଟି ର ରାହୁଲ ଦୁର୍ଗା, ବିଷ୍ଣୁ ଗୌଡ, ହେମନ୍ତ ଚଲାନ, ନିରଞ୍ଜନ ଶବର, ରବି ହରପାଲ, ମଧୁ ସିଂହ, ଓ ମା ମାଉଳି କ୍ରିକେଟ କ୍ଲବ MMCC କମିଟି ର ସମସ୍ତ ମେମ୍ବର ସହୋଜୋଗ ର ହାତ ବାଡେଇଥିଲେ ଓ ଏକ ରୋମାଞ୍ଚକ ଖେଳ ସନ୍ଧ୍ୟ କୁ ଆଗେଇ ନେଇଥିଲେ ଏହି ପ୍ରତିଯୋଗିତା ଅଞ୍ଚଳର ଯୁବମାନଙ୍କ ମଧ୍ୟରେ କ୍ରିଡ଼ା ସ୍ପୃହା ବୃଦ୍ଧି, ଭାଇଚାରା ଓ ଏକତାକୁ ଶକ୍ତିଶାଳୀ କରିବା ପାଇଁ ଏକ ଉତ୍କୃଷ୍ଟ ପ୍ରୟାସ ଅଟେ। ଏହି କ୍ରିକେଟ ପ୍ରତିଯୋଗିତାରେ ବିଭିନ୍ନ ଦଳ ଅଂଶଗ୍ରହଣ କରିଥିଲେ ଓ ଖେଳାଳିମାନେ ନିଜ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଗ୍ରାମ ବାସୀ ସହଯୋଗ ର ହାଥ ବାଡେଇଥିଲେ ଓ ସହଭାଗୀ ହୋଇ ଖେଳାଳିମାନଙ୍କୁ ଉତ୍ସାହ ଉଲ୍ଲାସ କରିଥିଲେ ଓ ଫୁଲ ତୋଳା ଧନ ରାଶି, କପ୍ ଦେଇ କି ସମ୍ମାନିତ କରାଯାଇଥିଲା ଏହି ପ୍ରତିଯୋଗିତା ସଫଳ ଭାବେ ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗ ଓ ଉପସ୍ଥିତି ପାଇଁ ଅତ୍ୟନ୍ତ ମୂଲ୍ୟବାନ ହୋଇଥିଲା। ସମସ୍ତଙ୍କର ସମର୍ଥନ ଆଗାମୀ ଦିନରେ ଆହୁରି ଏମିତି କାର୍ଯ୍ୟକ୍ରମ କରିବାରେ ପ୍ରେରଣା ମିଳିବ ବୋଲି ଚର୍ଚ୍ଚା ହୋଇଅଛି ଏହି ପ୍ରୟାସ ସମସ୍ତଙ୍କୁ ଖୁସି ଆନନ୍ଦିତ କରିପାରିଥିଲା
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ