Hot Posts

6/recent/ticker-posts

ପୁରୁଣା ଚିକିତ୍ସାଳୟକୁ ସିଟି ହସ୍ପିଟାଲ କରିବାକୁ ଦାବି କଲେ ଜୟପୁର ବିଧାୟକ।

ଜୟପୁର, ୨୨/୦୪ ( ଏ. ଭେଙ୍କଟ ରାଓ ) : ସହରର ମଧ୍ୟ ଭାଗରେ ଥିବା ପୁରୁଣା ଚିକିତ୍ସାଳୟକୁ ସିଟି ହସପିଟାଲ କରିବାକୁ ଦାବୀ କଲେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି। ସହର ଠାରୁ ତିନି କିଲୋମିଟର ଦୂରରେ ଜିଲ୍ଲା ଚିକିତ୍ସାଳୟ ପ୍ରତିଷ୍ଠା ହେବା ପରେ ସହର ବାସୀ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ସହରର ମଧ୍ୟ ଭାଗରେ ଥିବା ପୁରୁଣା ଉପଖଣ୍ଡ ଚିକତ୍ସାଳୟରେ ସମସ୍ତ ସୁବିଧା ରହିଥିବା ଯୋଗୁଁ ରାଜ୍ୟ ସରକାର ବହୁ ଶଯ୍ୟା ବିଶିଷ୍ଟ ଏକ ସିଟି ହସ୍ପିଟାଲ କରିବା ସହ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିୟୋଜିତ କରୁନ୍ତୁ ବୋଲି ଦାବି କରିଛନ୍ତି ବିଧାୟକ। ଜୟପୁର ସହରରେ ସିଟି ହସ୍ପିଟାଲ ପ୍ରତିଷ୍ଠା କରାଗଲେ ସାଧାରଣ ଜନତା ଉପକୃତ ହେବେ ବୋଲି କହିଛନ୍ତି ବିଧାୟକ।