Hot Posts

6/recent/ticker-posts

ଶଙ୍କରାଖୋଲ କଲେଜ ରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା

ଫୁଲବାଣୀ, ୩୦/୪ ( ବାଳକୃଷ୍ଣ କହଁର )  : ଚକାପାଦ ବ୍ଳକ ଶଙ୍କରଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଏକ ବିଦ୍ୟାଳୟର ପ୍ରଥମ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ଏହି ସଭାରେ ଦିର୍ଘ ତିନି ଦଶନ୍ଧି ଧରି କାର୍ଯ୍ୟ କରିଆସୁଥିବା କର୍ମଚାରୀ ଶ୍ରୀଯୁକ୍ତ ମନ୍ମଥ କୁମାର ସାହୁ ଙ୍କୁ ସମ୍ବର୍ଦ୍ଧିତ ଦିଆଯାଇଛି । ସେ ଜଣେ ସଚୋଟ, ସମୟାନୁବର୍ତିତ, ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ଓ ପରିଶ୍ରମୀ କର୍ମଚାରୀ ଭାବରେ ସ୍ଥାନୀୟ ଅଞ୍ଚଳରେ ସେ ବେଶ୍ ଜଣାଶୁଣା । ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି ।ସେବା ନିବୃତ ପରେ ସେ ସମାଜସେବା ଓ ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ ରହିବେ ବୋଲି ସେ ଏହି ସଭାରେ ନିଜର ବକ୍ତବ୍ୟ ରଖିଥିଲେ।ସମସ୍ତ କର୍ମଚାରୀ ତାଙ୍କର ଅବଦାନକୁ ମନେରଖିବା ସହିତ ତାଙ୍କର ଭବିଷ୍ୟତ ମଙ୍ଗଳ କାମନା କରିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ