Hot Posts

6/recent/ticker-posts

ତ୍ରିପୁରେଶ୍ୱର ମହାଦେବଙ୍କ ଚାରି ଦିନିଆ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ।

ବାଲିଆପାଳ, ୩୦/୦୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମ ପଞ୍ଚାୟତର ନେପୁରା ଗ୍ରାମର ଶ୍ରୀ ଶ୍ରୀ ତ୍ରିପୁରେଶ୍ୱର ମହାଦେବଙ୍କ ଚାରି ଦିନିଆ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାର ପୂର୍ବାହ୍ନରୁ ଆରମ୍ଭ ହୋଇଯାଇଛି। ଏହି ଅବସରରେ ୧୦୮ ମହିଳାଙ୍କ ଦ୍ଵାରା ସୁବର୍ଣ୍ଣରେଖା ନଦୀରୁ କଳସ ଶୋଭାଯାତ୍ରାରେ ଜଳ ଅଣାଯାଇ ବାବାଙ୍କୁ ମହାସ୍ନାନ କରାଯାଇଥିଲା । ପରେ ମନ୍ଦିର ପ୍ରତିଷ୍ଠାର ନୀତି କା ନ୍ତି , ପୂଜାର୍ଚ୍ଚନା କରାଯାଇ ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମ ଆରମ୍ଭ ହୋଇ ଥିଲା। ଏହା ଆସନ୍ତା ଗୁରୁବାର ଦିନ ପୂର୍ଣ୍ଣ ଆହୁତି ପରେ ମନ୍ଦିର ପ୍ରତିଷ୍ଠା କାର୍ଯକ୍ରମ ସମାପନ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ସେହିପରି ମଙ୍ଗଳବାର ମହାଦେବଙ୍କ ଅଗ୍ନିସ୍ଥାପନ, ସୂର୍ଯ୍ୟ ପୂଜା, ଗୁରୁ ପୂଜା, ବେଦ ପାଠ, ଗୋବିନ୍ଦ ପୂଜା, ସ୍ନାନ, ମହାସ୍ନାନ, ଶୟନ କରାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ବୁଧବାର ମହାଦେବଙ୍କ ସହିତ ନବଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା, ନଗର ପରିକ୍ରମା, ତ୍ରିଶୂଳ ସ୍ଥାପନ, ଧ୍ୱଜା ସ୍ଥାପନ, ପିଣ୍ଡିକା ସ୍ଥାପନ,ଭୋଗଶୀଳା ସ୍ଥାପନ, ଆଳତୀ, ପୁଷ୍ପାଞ୍ଜଳି, ରୁଦ୍ରାଭିଷେକ ଏବଂ ଗୁରୁବାର ଅପରାହ୍ନରେ ପୂର୍ଣ୍ଣାହୂତି ପ୍ରଦାନ ପରେ ଉତ୍ସବ ଉଦଯାପିତ ହେବା ସହିତ ଭକ୍ତ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରଯାଇଛି ।ସମସ୍ତ କାର୍ଯ୍ୟକ୍ରମକୁ ତ୍ରିପୁରେଶ୍ୱର ଶିବ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ତଥା ନେପୁରା ଗ୍ରାମବାସୀ ପରିଚାଳନରେ ସହଯୋଗ କରିଥିଲେ ।