ବୈଗାପଡାରେ ଷୋହଳ ପ୍ରହରୀ ନାମ ଯଜ୍ଞ ସହ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ
ସିନାପାଲି, ୨୩/୦୪ ( ପରମେଶ୍ୱର ମେହେର ) : ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଖରସେଲ ପଞ୍ଚାୟତର ବୈଗାପଡା ଗ୍ରାମରେ ଷୋହଲ ପ୍ରହରୀ ନାମ ଯଜ୍ଞ ଅବସରରେ ଭବ୍ୟ କଳସ ଯାତ୍ରା ଓ ଗୋଷ୍ଠୀଗୃହ ଉଦ୍ଘାଟନ କାର୍ଯ୍ୟକ୍ରମ ଭକ୍ତିମୟ ଓ ଉତ୍ସାହମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଯଜ୍ଞ କାର୍ଯ୍ୟକ୍ରମରେ ଯଜ୍ଞର କର୍ଷା ବିମଲ କୁମାର ଖମାରୀ ଓ ତାଙ୍କ ଧର୍ମପତ୍ନୀ ସୁମିତ୍ରା ଖମାରୀ ମୁଖ୍ୟ ଭୂମିକା ନିଭାଇଥିଲେ। ମୁଖ୍ୟ ପୂଜକ ଧବଳେଶ୍ବର ପୁରୋହିତ ଓ ତାଙ୍କ ସହଯୋଗୀମାନେ ବେଦମନ୍ତ୍ର ପାଠ କରି ପୂଜା ଓ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରିଥିଲେ।କଳସ ଯାତ୍ରା ପାଇଁ ଗ୍ରାମର ନିକଟସୁ ଗୌନ୍ତିଆ ପୋଖରୀରୁ ପବିତ୍ର ଜଳ ଆଣାଯାଇଥିଲା। ଏହି ଯାତ୍ରାରେ ଶତାଧିକ ମହିଳା ଓ ଭକ୍ତମାନେ ଯୋଗଦେଇଥିଲେ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲେ। କୀର୍ତନ, ଝାଞ୍ଜ ଧ୍ବନି ସହିତ ସମଗ୍ର ଗ୍ରାମ ପରିକ୍ରମା କରାଯାଇଥିଲା। ଏହି ଅବସରରେ ଗ୍ରାମରେ ନବନିର୍ମିତ ଗୋଷ୍ଠୀଗୃହର ଶୁଭ ଉଦ୍ଘାଟନ ଲମ୍ବୋଦର ନିଆଲ ଙ୍କ ଦ୍ବାରା ସମ୍ପନ୍ନ ହୋଇଥିଲା । ଏହି ଗୋଷ୍ଠୀଗୃହ ଗ୍ରାମବାସୀଙ୍କ ପାଇଁ ଆଗାମୀ ଦିନରେ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏକ ମୁଖ୍ୟ କେନ୍ଦ୍ର ଭାବେ ପରିଣତ ହେବ। କାର୍ଯ୍ୟକ୍ରମରେ ସଭାପତି ଜଗନ୍ନାଥ ବେମାଲ, ସମ୍ପାଦକ ଚନ୍ଦ୍ରଧ୍ଵଜ ଖମାରୀ, କୋଷାଧକ୍ଷ କୁମ୍ଭ ବାଗ ସହିତ ଗ୍ରାମର ସତ୍ୟବ୍ରତ ଗହୀର, ସରପଞ୍ଚ ବୀରେନ୍ଦ୍ର କୁମାର ଖମାରୀ, ପରମେଶ୍ବର ଖମାରୀ, ବିରଞ୍ଚି ଖମାରୀ, ବିଭୂତି ଖମାରୀ, ବନମାଳୀ ବେମାଲ, ଭଗତ ରାମ ବେମାଲ, ନିରଞ୍ଜନ ବେମାଲ, ଚନ୍ଦ୍ରଧ୍ବଜ ବାଗ, ଅକ୍ଷୟ ହଂସ, ସୁମନୁ ହଂସ, ଗୌତମ ବେମାଲ, ଶମ୍ଭୁ ବେମାଲ, ସୂବେଶ ବାଗ, ତ୍ରୟମ୍ବକ ବାଗ, ରାମ ବାଗ, ଲଛମନ କାଣ୍ଡ, ସଞ୍ଜୟ ଗହୀର, ଭୁବନେ ନେତାମ, ସତ୍ୟ ବାଗ, ଦିଗାମ୍ବର ମାଳି, ଦୈତାରୀ ବିଶି, ରୁଦ୍ର ବିଶି, ବାସୁଦେବ ବିଶି, ଅକୁର ତାଣ୍ଡି, ସନ୍ତୋଷ ତାଣ୍ଡି, ତୁଲାରାମ ବିଶି, ସନ୍ତୋଷ ସାହୁ, ବେଦବର ସାହୁ ଓ ଅନ୍ୟାନ୍ୟ ଗ୍ରାମବାସୀମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ସହଯୋଗ ଓ ସମନ୍ଵୟରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମାପ୍ତ ହୋଇଥିଲା। ଏହା ଗ୍ରାମର ଧାର୍ମିକ ଆସ୍ଥା, ସାମୁହିକ ଏକତା ଓ ସଂସ୍କୃତିକ ପରମ୍ପରାକୁ ଆହୁରି ଶକ୍ତିଶାଳୀ କରିଛି।