ଭିନ୍ନକ୍ଷମ ମୋହିନୀ ଦୀପ କୁ ନ୍ୟାୟ ଦେବା ଆମର ଦାବି ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା
ଭବାନୀପାଟଣା, ୨୪/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଦ୍ୟ ତା 24.04.2026 ରିଖରେ ଜିଲ୍ଲପାଳ ଅଫିସ, ଭବାନିପାଟଣା ସମ୍ମୁଖରେ ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ପକ୍ଷରୁ ଦାବିପତ୍ର କଳାହାଣ୍ଡି ନର୍ଲା ବ୍ଲକ ଦେହେଲି ଗ୍ରାମରେ ଘଟିଥିବା ଏକ ଦୁଃଖଦ ବିଷୟ ଯାହାକି ଗତ ତା 14- 04- 2026 ରେ ଜଣେ ଭିନ୍ନକ୍ଷମ ମହିଳାଙ୍କୁ ହାତୁଡ଼ି ରେ ପିଟି ପିଟି ନିର୍ମମ ଭାବରେ ଅମାନୁଷିକ ଭାବେ ମର୍ଡର କରିବା ବହୁତ୍ ଦୁଃଖର ବିଷୟ।ଏଥିରେ ଜଣେ ଭିନ୍ନକ୍ଷମ ମହିଳା ଙ୍କୁ ମିଛ ପ୍ରେମ ପ୍ରଲୋଭନ ଦେଖାଇ କୋର୍ଟ ମେରେଜ କରି ସରକାରଙ୍କ ଠାରୁ ମଧ୍ୟ ବିବାହ ପ୍ରୋତ୍ସାହନ ରାଶି ଗ୍ରହଣ କରିଛନ୍ତି। ତାଙ୍କ ଦୁଇ ପୁଅ ଙ୍କୁ ଜନ୍ମ ଦେଇ ଭରଣ ଭୋଷଣ କରୁଥିଲେ। ଏପରି ପତ୍ନୀଙ୍କୁ ହାତୁଡ଼ି ପିଟି ପିଟି ମର୍ଡର କରିବା ବିଷୟ ସମାଜ ରେ ଚହଳ ପଡ଼ି ଯାଇଛି। ଭିନ୍ନକ୍ଷମ ଜଣେ ସମାଜର ଅନ୍ତିମ ଶ୍ରେଣୀ ରେ ହୋଇଥିଲେ ମଧ୍ୟ ଭିନ୍ନକ୍ଷମ ମାନଙ୍କୁ ସରକାର ବିଭିନ୍ନ ସାମାଜିକ ସୁରକ୍ଷା,ସହାୟତା ଉପକରଣ,ବିବାହ ପ୍ରୋତ୍ସାହନ ରାଶି,ଶିକ୍ଷା ,ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇ ସମାଜ ର ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ଜଣେ ବ୍ୟକ୍ତି ଭଗବାନ ଗଉଡ ଯୌଭଳି ନିର୍ମମ ଭାବରେ ହତ୍ୟା କରିବା ବିଷୟ କୁ ଭିନ୍ନ ଖ୍ୟା ସମାଜ ଓଡ଼ିଶା ବିକଳାଙ୍ଗ ମଞ୍ଚ କଡ଼ା କଡି ଭାବରେ ନିନ୍ଦା କରେ,ଏବଂ ଭିନ୍ନକ୍ଷମ ମାନେ ମଧ୍ୟ ବଞ୍ଚିବାର ଶୈଳୀ ଖୋଜୁଥିଲେ ମଧ୍ୟ ଭୟାବହ ଭାବରେ ତୃଣ ମୂଳରେ ଚର୍ଚ୍ଚା ଖେଳି ଯାଇଛି। ତାହା ସଙ୍ଗେ ସଙ୍ଗେ ମୋହିନୀ ଦୀପ ର ଦୁଇ ପୁଅ ଓ ମା ଧାମ ଦୀପ କୁ ମଧ୍ୟ ମୃତ୍ୟୁ ର ଭୟ ଖେଳି ଯାଇଛି । ଆଗାମୀ ଦିନରେ ରେ ଯେମିତି ଅନ୍ୟ ଅଘଟଣ ନ ହୁଏ ସେଥିପ୍ରତି ଡର ରହିଯାଇଛି। ଏଣୁ ଏଭଳି ଏକ ନୃଶଂସ ବ୍ୟକ୍ତି ଓ ଅମାନବୀୟ ବ୍ୟକ୍ତି କୁ ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ତରଫରୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରିବାକୁ ଦାବି କରୂ ।ଏଭଳି ବ୍ୟକ୍ତି ବିଶେଷ ପାଇଁ ଭିନ୍ନକ୍ଷମ କୋଉଠି ନା କୋଉଠି ବଞ୍ଚିବା ର ଅଧିକାର ବାଧକ ସାଜୁଛି।
ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ତରଫରୁ ସରକାରଙ୍କ ପାଖରେ ତିନୋଟି ଦଫା ଉପସ୍ଥାପନ କରୁଛି -
1- ହତ୍ୟାକାରୀ ଭଗବାନ ଗଉଡ ଙ୍କୁ ଫାଶୀ ଦଣ୍ଡ ରେ ଦଣ୍ଡିତ କରାଯାଉ।
2- ମୋହିନୀ ଦୀପ ଙ୍କ ଦୁଇ ପୁଅଙ୍କୁ ସରକାର ମହଲ ରେ ଥଇଥାନ କରାଯାଉ।
3- ମୋହିନୀ ଦୀପ ର ମା ଙ୍କୁ ସୁରକ୍ଷା ପ୍ରଦାନ କରାଯାଉ।
ଓଡ଼ିଶା ବିକଳାଙ୍ଗ ମଞ୍ଚ କଳାହାଣ୍ଡି ଶାଖା ଜିଲ୍ଲା ସଂଯୋଜକ ହେମନ୍ତ କୁମାର ତାଣ୍ଡି, ଉପ ସଂଯୋଜକ ଘନଶ୍ୟାମ ମହାନନ୍ଦ, ଖିରବ୍ଧି ମାଝୀ, ସରୋଜିନୀ ପଟ୍ଟନାୟକ, ମଞ୍ଜୁ ଦିଦି, ହେମଲତା ପ୍ରଧାନୀ, ଦୂତୀଆ ମାଝୀ, ଭଗବାନ ପଟେଲ, କ୍ଷମା ପଟେଲ ପ୍ରମୁଖ ଅନ୍ୟାନ୍ୟ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ