ଅଙ୍ଗନୱାର୍ଡି କର୍ମୀଙ୍କ ଦବଙ୍ଗଗିରି।
ବାଲିଆପାଳ, ୯/୪ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରସଲପୁର ଗାଁର ଅଙ୍ଗନୱାର୍ଡି କର୍ମୀ ରଶ୍ମୀତା ପାତ୍ର ଛୋଟ ଛୋଟ ପିଲା ମାନଙ୍କୁ ଅଣ୍ଡା ଓ ଛତୁଆ ଦୀର୍ଘ ଦଶଦିନରୁ ଅଧିକ ଦିନ ହେବ ଦେଉ ନାହାଁନ୍ତି । ଅଭିଭାବକମାନେ ଅଭିଯୋଗ କଲେ ଦେଖାଉଛନ୍ତି ଦବଙ୍ଗ ଗିରି । ବୁଧବାର ଅଭିଭାବକ ଓ ୱାର୍ଡ ସଭ୍ୟା ସନ୍ଧ୍ୟା ରାଣୀ ପାତ୍ର ଆଉ ଗୋଟିଏ ଅଭିଯୋଗ ଆଣିଛନ୍ତି ଯେ ଯେଉଁ ଦିନ ସେମାନଙ୍କ ପିଲା ଅଙ୍ଗନୱାର୍ଡି କେନ୍ଦ୍ର ଯାଇ ନାହାଁନ୍ତି ସେଦିନ ମଧ୍ୟ ଅଙ୍ଗନୱାର୍ଡି କର୍ମୀ ଜଣକ ସେହିମାନଙ୍କ ନାମରେ ଖାଦ୍ୟ ଉଠାଇ ଛନ୍ତି । କର୍ମୀ ରଶ୍ମୀତା ନିଜର ସୁରକ୍ଷା ପାଇଁ ଯୋଜନାବଦ୍ଧ ଭାବେ ନିଜ ବାପା, ଜେଜେବାପା ଓ ମାଙ୍କୁ ଡକାଇ ଆଣି ଅଭିଯୋଗ କରୁଥିବା ଓ୍ବାର୍ଡ ମେମ୍ବର ଓ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଅଶୀଳ ଭାଷାରେ ଗାଳି ଗୁଲଜ କରାଇବା ସହିତ ଆକ୍ରମଣ ଉଦ୍ୟମ କରିଥିଲେ। ତେବେ ଅତି ଦୁର୍ଭାଗ୍ୟର କଥା ଯେ ଛୋଟ ଛୋଟ କୋମଳମତୀ ପିଲାମାନଙ୍କ ଅଣ୍ଡା ଛତୁଆ ଖାଇ ଯାଇଥିବା ଅଙ୍ଗନୱାର୍ଡି କର୍ମୀଙ୍କ ସେମାନେ ମଧ୍ୟ ଖବର ପ୍ରସାରଣ କରିବା ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ମଧ୍ୟ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏଇ ସଂପର୍କରେ ଗ୍ରାମର ଛାତ୍ର ଅଭିଭାବକ ବାଲିଆପାଳ ସିଡ଼ିପିଓ ଙ୍କ ଠାରେ ଅଭିଯୋଗ କରିଛନ୍ତି। ମାତ୍ର ସିଡ଼ିପିଓ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। କର୍ମୀ ରଶ୍ମିତା ପାତ୍ର କୌଣସି ଅଭିଯୋଗର ସତ୍ୟତା ନାହିଁ। ଏହା ଉଦ୍ଦେଶ୍ୟ ମୂଳକ ବୋଲି କହିଛନ୍ତି।