ଜାମଶୂଳୀ କଲେଜରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ
ବାଲିଆପାଳ, ୯/୪ ( ସନ୍ୟାସୀ ବେହେରା ) : ଜାମଶୂଳୀ ସ୍ଥିତ ଲଷ୍ମୀ ନାରାୟଣ କଲେଜ ସମ୍ମିଳନୀ କକ୍ଷରେ ବୁଧବାର ଓଡ଼ିଆ ପକ୍ଷ ପାଳନ ଅବସରରେ " ଆସ ବହିଟିଏ କିଣିବା " କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କଲେଜ ଅଧ୍ୟକ୍ଷ ପ୍ରଧ୍ୟାପକ ଦିବ୍ୟେନ୍ଦୁ କୁମାର ଗିରିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼ ସୁକାନ୍ତ କୁମାର ଗିରି , ଓଡ଼ିଆ ବିଭାଗ ମୁଖ୍ୟ ପ୍ରକାଶ ବିଶ୍ୱାଳ, ସଂସ୍କୃତ ବିଭାଗ ଅଧ୍ୟାପିକା ଲିଜା ରାଣୀ ସାହୁ,ସାଇମା ଦାସ, ଅଧ୍ୟାପକ ତାପସ ତନୟ ନନ୍ଦୀ, ଶେଖ ସବିର ହାସନ, ପର୍ଶୁରାମ ଗିରି, ମୟୁଖ ମଣ୍ଡଳ, ବାଙ୍କିମ ମୈକାପ, ସମ୍ବିତ ଦଳାଇ, ବଂଶୀଧର ନାୟକ, ସଞ୍ଜୟ କୁମାର ଦେ, ସନ୍ତୋଷ ସାହୁ, ଗୋପୀନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ବହିଟିଏ ମିତଟିଏ ବୋଲି କହି ଥିଲେ। ଖାଦ୍ୟ ପେଟର ଜ୍ୱାଳା ବୁଝାଉ ଥିଲାବେଳେ ବହି ମନ ଓ ହୃଦୟର କ୍ଷୁଧା ବୁଝାଇ ଥାଏ ବୋଲି ଉପସ୍ଥିତ ଅଧ୍ୟାପକ ଓ ଅଧ୍ୟାପିକାମାନେ କହିଥିଲେ।କଲେଜର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ର ଛାତ୍ରୀ ଏହି ଅବସରରେ ଖଣ୍ଡିଏ ଖଣ୍ଡିଏ ବହି କଲେଜ ପାଠାଗାର ଓ ଓଡ଼ିଆ ପଠନ କେନ୍ଦ୍ରକୁ ଦାନ କରିଥିଲେ।