Hot Posts

6/recent/ticker-posts

ରାସ୍ତା ଅବସ୍ଥା ଶୋଚନୀୟ ଯୋଗୁଁ ଦାବି କଲେ ଗ୍ରାମବାସୀ

ଝରିଗାଁ, ୨୦/୦୪ (ନକୁଲ ଭତ୍ରା) : ଝରିଗାଁ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ମଧ୍ୟ ସରକାରଙ୍କ ବିକଶିତ ଓଡ଼ିଶା ବିକଶିତ ଗାଁ ପାଇ କୋଟି କୋଟି ଟଙ୍କା ବିନିଯୋଗ କରି ପାଣି ପରି ବ୍ୟାୟବରାଦ କରୁଥିବା ବେଳେ ଦୀର୍ଘ ବର୍ଷ ହେଲା ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିରହିଛି | ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି| ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡ଼ା ପଞ୍ଚାୟତ ଅଧୀନ କୁମ୍ଭାର ଗୁଡ଼ା ଗାଁରେ ଦୀର୍ଘ ବର୍ଷ ହେଲା ବିଷ୍ଣୁ କୁମାର ଘର ଠାରୁ ରଘୁନାଥ ପନକା ଘର ପର୍ଯ୍ୟନ୍ତ ଏକ କଲଭେଟ,ଦୁଇ ପାର୍ଶ୍ଵରେ ଡ୍ରେନ ସହ ସିସି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପ୍ରସାଶନିକ ଅଧିକାରୀଙ୍କୁ ଅଭିଯୋଗ କରିଆସୁଛନ୍ତି | ଏଥିପ୍ରତି ସରକାର ଦୃଷ୍ଟି ଦେଉନଥିବା ବେଳେ ଗାଁରେ ୪୦ ପରିବାର ବସ ବାସ କରି ଆସୁଛନ୍ତି| ଯିବା ଆସିବା ପାଇଁ ବର୍ଷ ଦିନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଦୁଇ ପାର୍ଶ୍ଵ ରୁ ବର୍ଷ ଦିନେ ପାଣି ଆସି ଆଣ୍ଟେ କାଳ ହୋଇଛି ଯାହା ଫଳରେ ଯାତାୟାତ କରୁଥିବା ବେଳେ ନାନା ସମସ୍ୟା ହେଉଛି ବୋଲି ଅଭିଯୋଗ ହେଉଛି| ଗାଁରେ ବିଗତ ସରକାର ବେଳେ କଂକ୍ରିଟ ରାସ୍ତା ହୋଇଥିଲା |କିନ୍ତୁ ବିଷ୍ଣୁ କୁମାର ଘର ଠାରୁ ରଘୁନାଥ ପନକାଙ୍କ ଘର ପର୍ଯ୍ୟନ୍ତ ରାସ୍ତା ପାଇଁ ବିଗତ ସରକାର ରୁ ବର୍ତ୍ତମାନ ସରକାରଙ୍କ ପଞ୍ଚାୟତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି| ତେବେ ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ସହ ଡ୍ରେନ ଓ କଳଭେଟ ନିର୍ମାଣ କରିବାକୁ ଗ୍ରାମର ସନ୍ଦର ମାଝୀ,ମୁନିରାମ୍ ମାଝୀ ,ବିଷ୍ଣୁ କୁମାର ,ଜୟରାମ ମାଝୀ ,ଲୟଖନ୍ ମାଝୀ,କୁର୍ଶ ନିଗି ,ନନ୍ଦ ପନକା,ପଦଲାମ ମାଝୀ, ତ୍ରିନାଥ ମାଝୀ ,କଲାସୁନ୍ଧର ମାଝୀ, ଡମ୍ବରୁ କୁମ୍ଭାର ,ପ୍ରମୁଖ ବ୍ୟକ୍ତି ଦାବି କରିଛନ୍ତି|