ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ ଅଖିମୁଠୀ ଅନୁକୂଳ ଉତ୍ସବ ଅନୁଷ୍ଠିତ |
ଝରିଗାଁ, ୨୦/୦୪ (ନକୁଲ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ଉମରକୋଟ ଚିକଲପଦର ପଂଚାୟତ ଅନ୍ତର୍ଗତ ପୂଜାରୀ ଭରଣ୍ଡୀ ଗ୍ରାମରେ ଜିଲ୍ଲା କିସାନ ମୋର୍ଚ୍ଚାର କାର୍ଯ୍ୟକର୍ତାଙ୍କ ନେତୃତ୍ୱରେ ଅକ୍ଷୟ ତୃତୀୟାରେ ଜିଲ୍ଲା ସ୍ତରୀୟ ଅଖିମୁଠୀ ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗଦେଇ ମାଟି ମାର ପୂଜାର୍ଚନା କରି ଅଖିମୁଠୀ ଅନୁକୂଳ କରିଥିବା ଦେଖିବାକୁ ମିଳିଛି |ବିଧାୟକ ନିଜେ ବିଲରେ ହଳକରି ଅଖିମୁଠୀ ଅନୁକୂଳ କରିଥିବା ବେଳେ ଉପସ୍ଥିତ ଅନ୍ୟ ସମ୍ମାନିତ ଅତିଥିମାନେ ମଧ୍ୟ ହଳ କରିଥିବା ଦେଖିବାକୁ ମିଳିଥିଲା |ନବରଙ୍ଗପୁର ଉନ୍ନୟନ ସ୍ୱତନ୍ତ୍ର ପରିଷଦ ଅଧ୍ୟକ୍ଷା ବାସନ୍ତୀ ମାଝୀ,ନବରଙ୍ଗପୁର ବିଜେପି କୃଷକ ମୋର୍ଚା ସଭାପତି ଜଗଦୀଶ କଲIର, ଉମରକୋଟ ବିଧାୟକ ପ୍ରତିନିଧି ସୋନା ମାଝୀ,କମଲୁ ମାଝୀ,ଭାମିନି ପଂଚାୟତର ପୂର୍ବତନ ସରପଞ୍ଚ କୃଷ୍ଣ ଭତରା ପ୍ରମୁଖ ଚାଷୀ ଉପସ୍ଥିତ ରହିଥିଲେ |