ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କଳାହାଣ୍ଡି ରେ 34 ଯୋଡି ଙ୍କ ସାମୁହିକ ବିବାହ କାର୍ଯ୍ୟକ୍ରମ।
ଭବାନୀପାଟଣା, ୨୧/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା” ଅଧୀନରେ ଏକ ବ୍ୟାପକ ସାମୁହିକ ବିବାହ କାର୍ଯ୍ୟକ୍ରମ ଆଜି ଭବାନୀପାଟନା ସ୍ଥିତ ଏସ୍.ଏନ୍. ମ୍ୟାରେଜ ପ୍ୟାଲେସ୍ରେ ଜିଲ୍ଲା ପ୍ରଶାସନଙ୍କ ଏବଂ କର୍ତ୍ତବ୍ୟ ଅନୁଷ୍ଠାନଙ୍କ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜିକ ସୁରକ୍ଷାକୁ ସୁଦୃଢ଼ କରିବା, ଲିଙ୍ଗ ସମତାକୁ ପ୍ରୋତ୍ସାହନ ଦେବା ଏବଂ ଆର୍ଥିକ ଭାବେ ଦୁର୍ବଳ ରହିଥିବା ପରିବାରମାନଙ୍କୁ ବିବାହ ସମୟରେ ସହାୟତା ପ୍ରଦାନ କରିବା। ଏହା ସହିତ ଶିଶୁ ବିବାହକୁ ରୋକିବା, ବିଧବା ପୁନର୍ବିବାହକୁ ଉତ୍ସାହିତ କରିବା ଓ ସମାଜରେ ସୁସ୍ଥ ପରିବେଶ ସୃଷ୍ଟି କରିବା ମଧ୍ୟ ଏହି ଯୋଜନାର ଲକ୍ଷ୍ୟ ଅଟେ। ଏହି ଅବସରରେ ଆଜି ଜିଲ୍ଲାର ୩୪ ଜଣ ଯୋଗ୍ୟ ଯୁଗଳଙ୍କ ବିବାହ ସମ୍ପନ୍ନ କରାଯାଇଥିଲା। ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲାପାଳ ପାୱର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ସିଡିଏମ୍ ଓ ପିଏଚଓ ଡା ନିହାରେନ୍ଦ୍ର ପଣ୍ଡା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ମୁଜିବୁନ ନିଶା, ଭାଜପା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ବିଡିଓ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୈଲେନ୍ଦ୍ର ଶେଖର ମହାପାତ୍ର, କର୍ତ୍ତବ୍ୟ ଅନୁଷ୍ଠାନ ର ମୁଖ୍ୟ ଅଶୋକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।