Hot Posts

6/recent/ticker-posts

ମା ପେଣ୍ଡ୍ରାଣୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ |

ଝରିଗାଁ, ୦୨/୦୨ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରୀଗାଁ ପଂଚାୟତ ଅନ୍ତର୍ଗତ କର୍ସIହାଣ୍ଡି ଗ୍ରାମର ସ୍କୁଲ ଖେଳ ପଡିଆରେ ଗତ 20ତାରିଖରେ ଆରମ୍ଭ ହୋଇଥିବା ମା ପେଣ୍ଡ୍ରାଣୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି | ମା ପେଣ୍ଡ୍ରାଣୀ କ୍ରିକେଟ କମିଟି ଦ୍ୱାରା ଆୟୋଜିତ ଏହି କ୍ରିକେଟ ଟୁର୍ନାମେଣ୍ଟରେ ଆଖପାଖ ଅଞ୍ଚଳର ମୋଟ 24ଗୋଟି ଦଳ ଭାଗ ନେଇଥିବା ବେଳେ ଫାଇନାଲକୁ ଦୁଇଟି ଦଳ ଯାଇଥିଲେ |ଫାଇନାଲ ଖେଳଟି କର୍ସIହାଣ୍ଡି କଲେଗାଁ ମଧ୍ୟରେ ହୋଇଥିଲା |ପ୍ରଥମେ କର୍ସIହାଣ୍ଡି ଟଚ ଜିତି ବ୍ୟlଟିଂ କରିବାକୁ ନିଷ୍ପତି ନେଇଥିବା ବେଳେ କଲେଗାଁ ପ୍ରଥମେ ପିଲଡିଂ କରି 12ଓଭରରେ 70ରନ ସଂଗ୍ରହ କରିଥିଲା |ପୁଣି ଦ୍ଵିତୀୟ ଇନିଂସ ରେ କଲେଗାଁ 6 ଅଭରରେ 71 ରନ କରି ଦୁଇ ୟୁକେଟରେ ବିଜୟୀ ହୋଇଥିଲା |ଆଜିର ଏହି ଟୁର୍ନାମେଣ୍ଟର ଫାଇନାଲ ଖେଳରେ ମୁଖ୍ୟ ଅତିଥିଭାବେ ଝରୀଗାଁ ବିଧାୟକ ନରସିଂ ଭତ୍ରା ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ସହିତ ଚେକ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା |ବିଜୟୀ ଦଳ ଟ୍ରଫି ସହିତ 24400ତାଙ୍କ ଓ ଉପ ବିଜେତା ଦଳକୁ ଟ୍ରଫି ସହିତ 20000ଟଙ୍କା ପ୍ରଦାନ କରାଯାଇଥିଲା | ଟୁର୍ନାମେଣ୍ଟରେ ସାଂସଦ ପ୍ରତିନିଧି ଚନ୍ଦ୍ର ଭାନୁ ନାୟକ, ସରପଞ୍ଚ ଯୋଗେଶ୍ୱର ପୂଜାରୀ,ପ୍ରସନ ମାଝୀ, ହର ପ୍ରିୟା ପାଣ୍ଡେ, ପଦନାଭ ପାଣ୍ଡେ, ପ୍ରପୁଲ ପାଣ୍ଡେ, ପ୍ରପୁଲ ପ୍ରଧାନୀ, ଅନିଲ ଜୈନ,ଯୋଜେନ୍ଦ୍ର ପାଣ୍ଡେ, କୈଳାଶ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ, କମିଟି ତରପରୁ ଶାନ୍ତି ଶୃଙ୍ଖଳାର ଶେଷ କରିଥିବା ଦେଖିବାକୁ ମିଳିଥିଲା ମନରଞ୍ଜନ ପାଇଁ ସନ୍ଧ୍ୟା ସମୟ ରେ ସଂସ୍କୃତି କାର୍ଯ୍ୟକ୍ରମ ହେଇଥିଲା |