ଯୁବ ସମାଜ ସେବୀ ବୁଲୁ ମଲିକ ମାରୁତି ସେନାର ୭ମ ବାର୍ଷିକ ଉତ୍ସବରେ ସମ୍ବର୍ଦ୍ଧିତ ।
କନ୍ଧମାଳ, ୨/୨ ( ଅଚ୍ୟୁତ ଜାନୀ ) : ଚଳିତବର୍ଷ ମାରୁତି ସେନା ପକ୍ଷରୁ ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ପୁରି ସାଂସ୍କୃତିକ ଭବନ ଠାରେ ୭ ମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବଟି ରାଜ୍ୟ ସଭାପତି ଶ୍ରୀ ପପୁ ଦଳବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ଶ୍ରୀଯୁକ୍ତ ଶୁଭାଶିଷ ଖୁଣ୍ଟିଆ ଯୋଗଦେଇ ଥିଲେ । ରାଜ୍ୟରେ ସ୍ୱେଛା ସେବୀ ଭାବେ ଦଳଗତ ଓ ବ୍ୟକ୍ତିଗତ ଭାବେ ସମାଜ ସେବା କରି ଆସୁଥିବା ଲୋକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେଥି ମଧ୍ୟରୁ କନ୍ଧମାଳ ଜିଲ୍ଲାର କୋଟଗଡ ବ୍ଲକ ଅନ୍ତର୍ଗତ ମାଦାଗୁଡା ଗ୍ରାମର ଯୁବ ସମାଜ ସେବୀ ବୁଲୁ ମଲିକ ସେ ଜଣେ ଶିକ୍ଷକ ହୋଇଥିଲେ ମଧ୍ୟ ନିଶା ତାଙ୍କର ସମାଜସେବା କରିବା ତାଙ୍କର ବାଲ୍ୟକାଳରୁ ସମାଜ ସେବା ପାଇଁ ରୂଚି ରହିଥିବାରୁ ସେ ସବୁ ବେଳେ ଅଞ୍ଚଳର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ଅସହାୟ ବୃଦ୍ଧ ବୃଦ୍ଧା ,ଛାତ୍ରଛାତ୍ରୀ ମାନଙ୍କୁ ଓ ଅବହେଳିତ ମାନଙ୍କୁ,ଶୀତବସ୍ତ୍ର , ଖାତା କଲମ ଓ ରାସନ ସାମଗ୍ରୀ ବଣ୍ଟନ ଏବଂ ମେଡିକାଲରେ ଜରୁରୀ କାଳୀନ ରକ୍ତ ଆବଶ୍ୟକ ସମୟରେ ରୋଗୀ ମାନଙ୍କୁ ରକ୍ତଦାନ କରି ଦୀର୍ଘ ଦିନ ହେଲା ଚର୍ଚ୍ଚିତ ହୋଇ ଆସୁଛନ୍ତି। ଏହି କାର୍ଯ୍ୟ ପାଇଁ ସେ ରାଜ୍ୟ ଓ ଜିଲ୍ଲା ଏବଂ ବିଭିନ୍ନ ସଂଗଠନ ପକ୍ଷରୁ ସେବା ପାଇଁ ସମ୍ବର୍ଦ୍ଧିତ ହୋଇଥିବା ବେଳେ ରବିବାର ଦିନ ମାରୁତି ସେନା ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ । ଏଥିପାଇଁ ସେ ସଭାପତି ପପୁ ଦଳବେହେରା ଓ ସଂଗଠନକୁ ସାଧୁବାଦ ଜ୍ଞାପନ କରିଛନ୍ତି ।
ଅଚ୍ୟୁତ ଜାନୀ ଙ୍କ ରିପୋର୍ଟ