ପଦ୍ମପୁର, ୦୨/୦୧ ( ଆଶିଷ କୁମାର ଭୋଇ ) : ବରଗଡ଼ ଜିଲ୍ଲା ପଦ୍ମପୁର ଅନ୍ତର୍ଗତ କନସିଂହା ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗୌଡ଼ପାଲି ଠାରେ ତିନି ଧରି ଧରି କ୍ରିକେଟ୍ ଟୁର୍ନାମେଣ୍ଟ ଚାଲିଥିଲା l ଏହି କ୍ରିକେଟ ଟୁର୍ନାମେଣ୍ଟ ରେ ପ୍ରଥମ ଦିନେ ୩୦ ତାରିଖ ରେ ଉଦ୍ଘାଟନୀ ଦିବସ ରେ ଅତିଥି ଭାବେ ଗୋପାଳ ଜୀ ରାଇସ ମିଲ ର ମାଲିକ ରିକୁ ସାହୁ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ l ଏହି ତ୍ରିଦିବସୀୟ କ୍ରିକେଟ ଖେଳ ରେ ୨୦ ଦଲ ଅଂଶଗ୍ରହଣ କରିଥିଲେ l ଏହି ତ୍ରୀଦିବସିୟ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଓ ଗୋପାଳ ଜୀ ରାଇସ ମିଲ ର ମାଲିକ ରିକୁ ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନିରଞ୍ଜନ ଦାଶ କନସିଂହା ଗ୍ରାମପଞ୍ଚାୟତ ସରପଞ୍ଚ ଟଙ୍କମଣି ସ୍ୱାଇଁ, ବଡଖବର ସାମ୍ବାଦିକ ଆଶିଷ କୁମାର ଭୋଇ ଓ ସାମ୍ବାଦିକ ଭାଗିରଥି ଭୋଇ, ଦିବ୍ୟ କିଶୋର ବିଶ୍ଵାଳ,ନିରାକାର ବରିହା, ଜୀବର୍ଦ୍ଧନ ସାହୁ, , କୁଳମଣି ସାହୁ, କୃଷ୍ଣଚନ୍ଦ୍ର ପଧାନ, ବିରାଟ କିଶୋର ସ୍ୱାଇଁ, ସରୋଜ ସାହୁ, ଜଳଧର ପଧାନ, ଭାରତ ସାହୁ, ଇ ଯୋଗଦେଇଥିଲେ l ଏହି କ୍ରିକେଟ ଖେଳ ର ଫାଇନାଲ ମ୍ୟାଚ ରେ ଅମ୍ପିୟାର ଭାବେ ରାକେଶ ପଧାନ, ଆଶିଷ ପଧାନ ଦାୟିତ୍ଵ ତୁଲାଇଥିଲେ।ଟିକେଶ୍ୱର ସାହୁ, ମହେଶ ସ୍ୱାଇଁ ଓ ସ୍କୋରର ଆୟୁଷ, ଅମନ, ଆକାଶ, ସୁନୀଲ ସ୍କୋରର ଭବେ ନିଜର ଦାୟିତ୍ୱ ସମ୍ପନ୍ନ କରିଥିଲେ l ସହଯୋଗୀ ଆଶିଷ ଭୋଇ, ଟିଣ୍ଟୁ, ନୈତିକ,ଆୟୁଷ, ଅଭାସ, ସୁଜିତ, ତାପସ ଓ ଜୁନିୟର ସନସାଇନ ଓ ଗୌଡ଼ପାଲି ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l ଏହି କ୍ରିକେଟ ଟୁର୍ନାମେଣ୍ଟ କୁ ସିଧାପ୍ରସାରଣ hello sp you tube ଚେନାଲ ସିଧା ପ୍ରସାରଣ କରିଥିଲା।ଏହି ଖେଳ ରେ ଉଦଘୋଷକ ଭାବେ ସୁଶାନ୍ତ ପଧାନ ଏବଂ ସାହିଲ ସ୍ୱାଇଁ ଧାରା ବିବରଣୀ କରି ଲୋକଙ୍କ ମନ ମୋହିଥିଲେ। ସନ ସାଇନ କ୍ରିକେଟ କ୍ଳବ ଗୌଡ଼ପାଲି ଉଦଯାପନୀ ଖେଳ ରେ ବିଜେତା ଦଲ ବି ସି ସି କପସିଲା କୁ ୧୫୦୦୦ ହଜାର ଟଙ୍କା ସହ ଟ୍ରଫି ଦିଆଯାଇଥିଲା ଓ ଉପବିଜେତା ଦଳ କୁଦୋପାଲି କୁ ୧୦୦୦୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା l କ୍ରିକେଟ ଖେଳ ଶେଷରେ ମନୋଜ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ବରଗଡ଼ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ


