ଗଞ୍ଜେଇ ଚାଲାଣ ମାମଲାରେ ଅଭିଯୁକ୍ତ ନିର୍ଦୋଷ ରେ ଖଲାସ
ନବରଙ୍ଗପୁର, ୦୨/୦୨ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଏକ ଘଟଣା ର ବିଚାରଣା କରି ସାକ୍ଷ୍ୟ ପ୍ରମାଣ ଅଭାବରୁ 2 ଜଣ ଅଭିଯୁକ୍ତ ଉର୍ଦ୍ଧବ ଖିଲ ଓ ନର୍ମଦା ଦାଶ କୁ ନିର୍ଦୋଷରେ ଖଲାସ କରିଛନ୍ତି* । *ସୂଚନା ଅନୁଯାୟୀ,ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାପଡାହାଣ୍ଡି ପୋଲିସ ଗତ 27/04/2021 ତାରିଖ ଦିନ କୋରାପୁଟ ଜିଲ୍ଲାର ପାଡୁଆ ଅଞ୍ଚଳ ରୁ କଳାହାଣ୍ଡି ଜିଲ୍ଲାର ଆମପାଣି କୁ ଗଞ୍ଜେଇ ଚାଲାଣ କରୁଥିବାର ସୂଚନା ପାଇଥିଲେ* l *ପୋଲିସ ସନ୍ଦେହ ଜନକ ଭାବରେ ଏକ ଧଳା ରଙ୍ଗର ହୁଣ୍ଡାଇ ସାନଟ୍ରୋ କାର କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ଗାଡି କୁ ନରଖି ସନ୍ଦେହଜନକ ଭାବରେ କ୍ଷିପ୍ର ବେଗରେ ଗାଡି ଚାଳନା କରିଥିଲା ଫଳ ସ୍ୱରୂପ ପୋଲିସ ର ଅଧିକ ସନ୍ଦେହ ଘନୀଭୂତ ହେଲା* l *ସେମାନେ ଗାଡି ର ପିଛା କରି ମୈଦଲପୁର ପୋଲିସ ଫାଣ୍ଡି ନିକଟରେ ଅଟକାଇବାରେ ସଫଳ ହେବାପରେ ତାଙ୍କ ଠାରୁ କି 25.800 ଗ୍ରାମ ଗଞ୍ଜେଇ ଜବତ କରିବା ସହ ପାପଡାହାଣ୍ଡି ପୋଲିସ ଦୁଇଜଣ ଅଭିଯୁକ୍ତ ଉର୍ଦ୍ଧବ ଖିଲ ଓ ନର୍ମଦା ଦାଶ ଙ୍କ ନାମରେ ପାପଡାହାଣ୍ଡି ଥାନା କେସ ନମ୍ବର 59/2021 ପ୍ରକାରେ ଭାରତୀୟ ପିଙ୍ଗଳ କୋର୍ଡ ର ଦଫା 20 (b) (II) NDPS ଆଇନ ପ୍ରକାରେ ଏକ ମାମଲା ରୁଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଥିଲେ l ଯାହାର କୋର୍ଟ କେସ ନମ୍ବର ଥିଲା TR-33/21 l ସମସ୍ତ 2O ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ବିଚାରପତି ଶ୍ରୀ ବିଷ୍ଣୁ ପ୍ରସାଦ ମିଶ୍ର ଅଭିଯୁକ୍ତ ଅଭିଯୁକ୍ତ ଉର୍ଦ୍ଧବ ଖିଲ ଓ ନର୍ମଦା ଦାଶ କୁ ନିର୍ଦୋଷ ରେ ଖଲାସ କରିଛନ୍ତି l ଅଭିଯୁକ୍ତଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ସହଯୋଗୀ ମାମଲା କୁ ପରିଚାଳନା କରୁଥିଲେ* l