Hot Posts

6/recent/ticker-posts

ନବନିଯୁକ୍ତ ସରକାରୀ ଓକିଲ ମାନଙ୍କ କର୍ମଶାଳା

ନବରଙ୍ଗପୁର, ୦୨/୦୨ ( ଶେଖର ଖୁରା ) : ଆଜି ଆଇନ ବିଭାଗ ଡେପୁଟି ଡାଇରେକ୍ଟର ଶ୍ରୀମତୀ ଶୈଳଜା ପଟ୍ଟନାୟକ ନବରଙ୍ଗପୁର ଜିଲ୍ଲା କୋର୍ଟ ଗସ୍ତ ଅବସରରେ ନବନିଯୁକ୍ତ ସରକାରୀ ଓକିଲ ମାନଙ୍କ ପାଇଁ ଏକ ଦିନିକିଆ କର୍ମଶାଳା ର ଆୟୋଜନ କରାଯାଇଥିଲା l ଏଥିରେ ପବ୍ଲିକ ପ୍ରୋସିକ୍ୟୁଟର ଶ୍ରୀ ମନୋଜ କୁମାର ଏକ୍କା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଶ୍ରୀମତୀ ଶୈଳଜା ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଶ୍ରୀ ରୂପେଶ ପ୍ରଧାନୀ ମଞ୍ଚାସିନ ଥିଲେ l ଏଥିରେ ସରକାରୀ ଅଧିବକ୍ତା ମାନେ କିଭଳି ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ ତାହା ଉପରେ ଆଲୋକପାତ କରାଯାଇଥିଲା l ଭାରତୀୟ ନାଗରିକ ସୁରକ୍ଷା ସଂହିତା ପ୍ରକାରେ ଦୋଷୀ କିଭଳି ଭାବରେ ଆଇନ ଅନୁଯାୟୀ ଦଣ୍ଡିତ ହୋଇପାରିବେ ତାହା ଉପରେ ବିଷଦ ଆଲୋଚନା କରାଯିବା ସହ ପ୍ରତି ତିନିମାସ ରେ ଏଭଳି ଗୋଟିଏ ଲେଖାଏଁ କର୍ମଶାଳା ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା l ଏଥିସହ ପୋଲିସ ପ୍ରଶାସନ ଓ ଆଇନ ବିଭାଗ ସହ ମିଳିତ ବୈଠକ କରିବା ପାଇଁ ସ୍ଥିର କରାଯାଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରକାରୀ ଅଧିବକ୍ତା ସୁନନ୍ଦା ପ୍ରଧାନ, ମୃତ୍ୟୁଞ୍ଜୟ ମହାରଣା, ସରୋଜ କୁମାର ବେହେରା, ତପନ କୁମାର ସିଂ, ସିମାଞ୍ଚଳ ପାଢ଼ୀ, ରାମଚନ୍ଦ୍ର ନାୟକ,ଶ୍ରୀକାନ୍ତ କୁମାର ପଣ୍ଡା, ବିଧୁ ଶେଖର ତ୍ରିପାଠୀ, କିଶୋରୀ ପଟ୍ଟନାୟକ, ସଞ୍ଜୀବ କୁମାର ଭକ୍ତ,ଶତାବ୍ଦୀ ପାଳ,ସ୍ଵାଗତିକା ସାମନ୍ତରାୟ, ଶ୍ରୀନିବାସ ପାତ୍ର, ସାଇରାମ ସାମନ୍ତରାୟ ଓ ଅତିରିକ୍ତ ଅଭିଯୋଜକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ* l