Hot Posts

6/recent/ticker-posts

ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାୟଗଡ଼ା ଗସ୍ତରେ ଆସି ୬୭ଟି ପ୍ରକଳ୍ପ ର ଶୁଭାରମ୍ବ କରିଥିଲେ

ରାୟଗଡ଼ା, ୦୨/୦୨ ( ଭି. ଗୌରି ଶଙ୍କର ରାଓ ) : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ସହିତ  ରାୟଗଡା ବିଧାୟକ ଆପୋଲସ୍ୱାମୀ କାର୍ଡIକା, ବିଧାୟକ ନୀଳମାଧବ ହୁଇକା, ବିଧାୟକ ସତ୍ୟଜିତ ଗମାଙ୍ଗ ଯୋଗଦେଇଥିଲେ  ସ୍ଥାନୀୟ ଜେଏସ୍‌ସ୍କା ପଡ଼ିଆରେ ପହଞ୍ଚି ଗାୟତ୍ରୀ ୧୦୮କୁଣ୍ଡିୟ ମହାଯଜ୍ଞ ପୂର୍ଣାହୁତିରେ  ଯୋଗ ଦେଇଥିଲେ ଓ ଜିଲ୍ଲା ନାରୀଶକ୍ତିର ସଶକ୍ତ ପ୍ରଦର୍ଶନ ସୁଭଦ୍ରା ଶକ୍ତି ମେଳାର ଉଦ୍‌ଘାଟନ କରିଥିଲେ । ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିଥିଲେ । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୩୪୦ କୋଟିରୁ ଅଧ‌ିକ ମୂଲ୍ୟର ୬୭ଟି ପ୍ରକଳ୍ପର ଶିଳାନ୍ୟାସ ଏବଂ ୨୨୧ କୋଟିରୁ ଅଧ‌ିକ ମୂଲ୍ୟର ୪୧ ଟି ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଥିଲେ ଏହା ଜିଲ୍ଲାର ବିକାଶ ଓ ନୂତନ ଦିଗଦର୍ଶନ ପ୍ରଦାନ କରିଥିଲେ ସୁଭଦ୍ରା ଶକ୍ତି ମେଳା ୨ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ସମ୍ମାନିତ । ମେଳାରେ ୧୨୦ଟି ଷ୍ଟଲ୍ କୁ ଉଦୁଘାଟନ କରିଥିଲେ ।
ପ୍ରତ୍ୟେକ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ନିମନ୍ତେ ଆଜି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି , ଏସ୍‌ପି ସ୍ବାତୀ ଏସ୍ କୁମାର, ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିହାର ରଞ୍ଜନ କହଁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ, ସ୍ଥାନୀୟ ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନେଇ କୋଡା ସୁରକ୍ଷା ବଳରେ ଆୟୋଜନ କରିଥିଲେ । ମେଳା ମାଧ୍ଯମରେ ଜିଲ୍ଲାର ନାରୀମାନଙ୍କ ଉଦ୍ୟମଶୀଳତା ଓ ସଶକ୍ତିକରଣର ଅବଦାନକୁ ସମ୍ମାନ ଦିଆଯିବ। ସମଗ୍ର ଜିଲ୍ଲାବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖ୍ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।