ଡାବୁଗୁଡ଼ା ଗ୍ରାମ ପଞ୍ଚାୟତରେ ଗ୍ରାମସ୍ତରୀୟ ଅଭିଯୋଗ ଓ ଜନଶୁଣାଣି କାର୍ଯ୍ୟକ୍ରମ ।
କୋରାପୁଟ, ୦୨/୦୨ (ବିପିନ କୁମାର ହିଆଲ) : ଲମତାପୁଟ ବ୍ଲକ ଅନ୍ତର୍ଗତ ଡ଼ାବୁଗୁଡ଼ା ଗ୍ରାମପଞ୍ଚାୟତରେ ଅଭିଯୋଗ ଓ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏହି କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମୁକ୍ତାମଣି କିର୍ଷାନିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ୍ କୁମାର ପ୍ରଧାନଙ୍କ ଧନ୍ୟବାଦ ଓ କରଯୋଡ଼ ସହ ବୈଠକ ସାଙ୍ଗ କରାଗଲା । ଉକ୍ତ ବୈଠକରେ ସ୍ଵତନ୍ତ୍ର ଭାବେ ଲମତାପୁଟ ସମିତି ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀ ଜଯୁନ୍ତ ମେହର ଉପସ୍ଥିତ ରହି ପ୍ରାୟ ୧୬ ଗୋଟି ଅଭିଯୋଗକୁ ତାଲିକାଭୁକ୍ତ କଲେ ସତ କିନ୍ତୁ ପ୍ରାୟ ୮ଗୋଟି ଅଭିଯୋଗକୁ ଅତି ଗୁରୁତ୍ଵପୂର୍ଣ୍ଣ ଜାଣି ନବ ନିର୍ମାଣ ଓ ମରାମତି କରିବାପାଇଁ ନିଷ୍ପତି ଓ ପ୍ରତିଶ୍ରୁତି ଦେଇଛନ୍ତି, ଯଥା: ଚଣ୍ଡୁଆ ଗ୍ରାମରେ ନୂତନ ନଳକୂପ ଖନନ, ସିଲ୍ ପଡ଼ା ଗ୍ରାମରେ ନୂତନ ଷ୍ଟ୍ରିଟ ଲାଇଟ୍ ଲଗାଇବା ଓ ନଳକୂପ ମରାମତି କରିବା, ଅନ୍ତଃଦୋୟ ଗୃହ ଯୋଜନାର ଅନ୍ତର୍ଭୂକ୍ତ ହିତାଧୀକାରୀମାନେ ସମୟସୀମା ମଧ୍ୟରେ କାର୍ଯ୍ୟସମାପ୍ତ କରିଥିବା ହିତାଧିକାରୀ ଶ୍ରୀ ମାଧବ ମଲ୍ଲିକ ଓ ଅନ୍ୟ ହିତାଧିକାରୀଙ୍କୁ ଅତିଶୀଘ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏବଂ ଲିମାପୁଟ ଓ କଡ୍ରି ଗ୍ରାମରେ ନୂତନ ନଳକୂପ ଖନନ କରିବାକୁ ଲମତାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜଯୁନ୍ତ ମେହର୍ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ ପ୍ରାୟ ୭୦ ଜଣ ଅଭିଯୋଗକାରୀ ସହ ସମସ୍ତ ବିଭାଗୀୟ ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧି ପୂର୍ବତନ ସରପଞ୍ଚ ଶ୍ରୀ ପଦୁ କିର୍ଷାନି ସରକାରୀ ଅଧିକାରୀଗଣ ଶ୍ରୀମତୀ ଅମରାବତୀ ମାଝୀ(ଜେଇ),ଶ୍ରୀ ଦୁଃଶାସନ ଦଳେଇ (ଏ ଡି ଇ ଓ),ମୃତିସଂଗ୍ରକ୍ଷଣ ଅଧିକାରୀ , ବ୍ଲକ ଶିକ୍ଷା ସହାୟକ ଅଧିକାରୀ , ଜନମଙ୍ଗଳ ଶିକ୍ଷା ଅଧିକାରୀ ଶ୍ରୀ ଭେଙ୍କଟ ସାହୁ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ଏ.କେ ସାହୁ, ସମସ୍ତ ଅଙ୍ଗନବାଡ଼ି କାର୍ଯ୍ୟକାରୀ ସହ ଗ୍ରାମୀଣ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ଅଧିକାରୀ ଶ୍ରୀ ଏ.କେ ହାଂସଦା ଉପସ୍ଥିତ ଥିଲେ ।