Hot Posts

6/recent/ticker-posts

ନୀତି ଆୟୋଗ ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ସମ୍ପୂର୍ଣତା ଅଭିଯାନ ୨.୦ ର ଶୁଭାରମ୍ଭ

ଭବାନୀପାଟଣା, ୦୨/୦୨ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଟାଉନ ହଲ ଠାରେ ଭାରତ ସରକାରଙ୍କ ନିତି ଆୟୋଗ ଦ୍ବାରା ନିର୍ଦ୍ଧାରିତ ସମ୍ପୂର୍ଣତା ଅଭିଯାନ ୨.୦ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଲାପାଳ କହିଥିଲେଯେ ଜାନୁଆରୀ ୨୮ ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲୁଥିବା ଏହି କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ତଥା ରାଜ୍ୟ ରେ କଳାହାଣ୍ଡି ଜିଲ୍ଲାକୁ ଏକ ଅଗ୍ରଣୀ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଜିଲ୍ଲା ଓ ବ୍ଲକ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଓ ନିତି ଆୟୋଗ ଦ୍ବାରା ନିର୍ଦ୍ଧାରିତ ସମୁଦାୟ ୧୧ ଟି ସୁଚକାଙ୍କ କୁ ୨୮ ରୁ ୧୪ ଏପ୍ରିଲ ମଧ୍ୟରେ ଶତପ୍ରତିଶତ ହାସଲ କରିବା ପାଇଁ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା l ଏହି ଅଭିଯାନ ଜିଲ୍ଲା ତଥା ଥୁଆମୂଳ ରାମପୁର ଓ ମଦନପୁର ରାମପୁର ରେ ୨୮ ଜାନୂୟାରି ରୁ ୧୪ ଏପ୍ରିଲ ଯାଏ ପାଳନ କରାଯିବ ।ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ପାଇଁ ନିର୍ଧାରଣ କରାଯାଇଛି ଓ ଏଥିରେ ଶିଶୁଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଶିଶୁମାନଙ୍କ ଟୀକାକରଣ, ସ୍କୁଲରେ ବାଳିକା ମାନଙ୍କୁ ସ୍ୱଚ୍ଛ ଓ ପରିସ୍କାର ଶୌଚାଳର ସୁବିଧା, ସୁସ୍ଥ ଶିଶୁ ଙ୍କ ଓଜନ ମାପ, ଗ୍ରାମ ସ୍ୱାସ୍ଥ୍ୟ ଓ ପୋଷଣ ଦିନ ପାଳନ, ଟି.ବି ରୋଗୀ ଚିହ୍ନଟ କରଣ, ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ପାନୀୟ ଜଳର ସୁବିଧା, ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ସ୍ୱଚ୍ଛ ଓ ପରିସ୍କାର ଶୌଚାଳୟର ସୁବିଧା, ଶିଶୁଙ୍କ ସଠିକ ଓଜନ ମାପ କୁ ନେଇ ୫ ଟି ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା ଓ ଜିଲ୍ଲା ଯୋଜନା ଓ ସଂଯୋଜନା ବିଭାଗ ର ଉପନିର୍ଦେଶକ ଶ୍ରୀକାନ୍ତ ଦଳେଇ କାର‌୍ୟ୍ୟକ୍ରମ ପରିଚାଳନା ଓ ଧନ୍ୟବାଦ ଦେଇଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ହରେକୃଷ୍ଣ ଶତପଥୀ, ଜିଲ୍ଲା ମୁଖ୍ୟ ସମାଜ ମଙ୍ଗଳ ଅଧିକାରୀ ମୁଜିବୁନ ନିଶା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକତ୍ସା ଅଧିକାରୀ ଡାକ୍ତର ନିରଦ ଚନ୍ଦ୍ର କହଁର ଓ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତପିମଣି ଜାନି ପ୍ରମୁଖ ଯୋଗଦେଇଥିଲେ ଓ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସ୍ତରୀୟ ସମସ୍ତ ଆଶା , ଅଙ୍ଗନବାଡି କର୍ମୀ, ନର୍ସ ପ୍ରମୁଖ ଯୋଗଦାନ କରିଥିଲେ। ଜିଲ୍ଲା ଯୋଜନା ଓ ସଂଯୋଜନା କାର୍ଯ୍ୟାଳୟ ସହକାରୀ ନିର୍ଦେଶକ ,କାର୍ତିକ ପଧାନ, ପ୍ରଭାମୟ ମିଶ୍ର, ନରେନ୍ଦ୍ର ନାଏକ ଓ ରାଜେନ୍ଦ୍ର ନାରାୟଣ ମାଝି ପ୍ରମୁଖ ଏଥିରେ ସହଯୋଗ କରିଥିଲେ l ଏଥିରେ ଶିକ୍ଷାବିତ ଡ. ଉମେଶ ଚନ୍ଦ୍ର ଶତପଥି ମଞ୍ଚ ପରିଚାଳନା କରିଥିଲେ ।