Hot Posts

6/recent/ticker-posts

ରାଇଘରରେ ଗୋଣ୍ଡୀ ଭାଷା ଦିବସ ପାଳିତ

ରାଇଘର, ୦୨/୦୨ ( ଚନ୍ଦନ ଗଣ୍ଡ ) : ରାଇଘର ଗୋଣ୍ଡୱାନା ଭବନ ପରିସରରେ ରାଣୀ ଦୁର୍ଗାବତୀ ଚାରିଟେବଲ ଟ୍ରଷ୍ଟର ତତ୍ତ୍ୱାବଧାନରେ ଗୋଣ୍ଡୀ ସାହିତ୍ୟ ଏକାଡେମୀ, ରାଇଘର ପକ୍ଷରୁ ଗୋଣ୍ଡୀ ଭାଷା ଦିବସ ପାଳନ କରାଗଲା । ଏହି ଅବସରରେ ପେନ୍‌ବାସୀ ମତୀ ରାୱାନ କୋଙ୍ଗାଲୀଜୀଙ୍କ ଜନ୍ମଜୟନ୍ତୀ (ଫେବୃଆରୀ ୨) କୁ ଗୋଣ୍ଡୀ ଭାଷା ଦିବସ ଭାବେ ପାଳନ କରାଯାଇଥିଲା। କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଗୋଣ୍ଡୀ ଭାଷା ଓ ଲିପିର ସୁରକ୍ଷା, ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ସହିତ ଏହାର ପ୍ରଚାର–ପ୍ରସାର କରିବା। ବକ୍ତାମାନେ ନିଜ ମତାମତ ରଖି କହିଥିଲେ ଯେ ମାତୃଭାଷା ହେଉଛି ମଣିଷର ପରିଚୟ ଓ ସଂସ୍କୃତିର ମୂଳ ଆଧାର। ମାତୃଭାଷା ମଣିଷଙ୍କୁ ନିଜ ଭାବନା ଓ ଚିନ୍ତାକୁ ସହଜରେ ପ୍ରକାଶ କରିବାର ସୁଯୋଗ ଦେଇଥାଏ। ଭାଷା ଓ ଲିପି ସମାଜର ଆତ୍ମପରିଚୟ ହେଉଥିବାରୁ ଏହାକୁ ସୁରକ୍ଷିତ ରଖିବା ସମସ୍ତଙ୍କ ସାମୁହିକ ଦାୟିତ୍ୱ ବୋଲି ସେମାନେ ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଗୋଣ୍ଡୀ ଭାଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଯୁବପିଢ଼ୀଙ୍କୁ ନିଜ ମାତୃଭାଷାକୁ ଅପନାଇ ଏହାର ସୁରକ୍ଷା ଓ ବିକାଶ ପାଇଁ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସୁସଂଗଠିତ ଓ ସଫଳ ଭାବେ ସମାପ୍ତ ହୋଇଥିଲା।