ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ସାମ୍ବାଦିକ ସମ୍ମିଳନୀ ।
ଜୟପୁର, ୦୨।୨ ( ଏ. ଭେଙ୍କଟ ରାଓ ) : ଜୟପୁର ବେଲ ରୋଡ଼ ସ୍ଥିତ ଏକ ହୋଟେଲର ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଭ୍ରଷ୍ଟାଚାର ବିରୋଧୀ ସଂଗଠନର ଏକ ସାଧାରଣ ବୈଠକ ସହ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସଭାପତି ସୁବ୍ରତ ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ କୋରାପୁଟ ଜିଲ୍ଲା ସଭାପତି ବରିଷ୍ଟ କ୍ରିଡ଼ାବିତ୍ ତଥା କଳାକାର ଜି ରାମ ବାବୁ ମଞ୍ଚ ପରିଚାଳନା କରିଥିବା ବେଳେ ନବରଙ୍ଗପୁର ଜିଲ୍ଲା ସଭାପତି ସିହେଚ ଇଶ୍ଵର ରାଓ, ସମ୍ପାଦକ ଅର୍ଜୁନ ଭଦ୍ରା ବୋରିଗୁମ୍ମା ବ୍ଲକ୍ ସଭାପତି ରବିଶଙ୍କର ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା, ପେନସନ ବୃଦ୍ଧି ପ୍ରସ୍ତାବ ଆଗାମୀ ବିଧାନ ସଭା ଅଧିବେଶନରେ ଆସୁଥିବାରୁ ଏ ସଂପର୍କରେ ଜନସାଧାରଣଙ୍କ ମତାମତ ଦେବାକୁ ସଂଗଠନ ପ୍ରୟାସ ଆରମ୍ଭ କରିଛି ଆଗାମୀ ବିଧାନସଭା ଅଧିବେଶନରେ ମନ୍ତ୍ରୀ ବିଧାୟକ ଏବଂ ପୂର୍ବଦନ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ପ୍ରସ୍ତାବକୁ ସବୁ ଦଳର ବିଧାୟକମାନେ ସମର୍ଥନ ସହ ପ୍ରସ୍ତାବ ଗ୍ରହଣ କରିଥିଲେ ଏହା ଆମ ରାଜ୍ୟରେ ହୋଇଥିବା ବୃଦ୍ଧି ହେଶରେ ସର୍ବାଧିକ ରହିଛି। ବିଭିନ୍ନ ମହଲରେ ଦାବୀ ଓ ଜନସାଧାରଣଙ୍କ ଚାପ ଯୋଗୁଁ ବିଜେପି ବିଧାୟକ ଦଳ ବୈଠକରେ ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ଅସ୍ଥାୟୀ ରୂପେ ନିଷ୍ପତି ଗ୍ରହଣ କରାଯାଇଥିଲା ଏହା ପରେ ଏହି ଦରମା ବୃଦ୍ଧି ପ୍ରସ୍ତାବ ସ୍ତଗିତ ରହିଛି।ମାତ୍ର ଚଳିତ ବିଧାନସଭା ଅଧିବେଶନରେ ପୁନର୍ବାର ବୃଦ୍ଧି କରିବା ପ୍ରସ୍ତାବ ଆଗତ କରିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ୱ କରିଛନ୍ତି ଏବଂ ଏହି ବୃଦ୍ଧିକୁ ବର୍ତମାନ ମଧ୍ଯ ଅଧୁକାଂଶ ବିଧାୟକ ସମର୍ଥନ କରି ଗଣମାଧ୍ୟମରେ ବିବୃତ୍ତି ମାନ ଦେଉଛନ୍ତି । ଓଡ଼ିଶାର ଜନ ସାଧାରଣଙ୍କ ପ୍ରତିତ୍ରିୟ କୁ ଦୃଷ୍ଟିରେ ରଖି ବିଧାୟକ ଏବଂ ପୂର୍ବତନ ବିଧାୟକଙ୍କ ଦରମା ପେନସନ କେତେ ହେବ ରାଜ୍ୟ ସରକାର ଲୋକମାନଙ୍କ ଠାରୁ ମତାମତ ସଂଗ୍ରହଣ କରିବାକୁ ଅଖିଳ ଭାରତ ଭୂଷ୍ଠାଚାର ବିରୋଧୀ ସଂଗଠନର ରାଜ୍ୟ କମିଟି ଦାବୀ କରିଛି । ସଂଗଠନର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବୀ ସୁବ୍ରତ କୁମାର ନନ୍ଦ ନବରଙ୍ଗପୁର ଜିଲ୍ଲା ସଭାପତି ସାମ୍ବାଦିକ ଇଶ୍ଵର ଚାଉ କୋରାପୁଟ ଜିଲ୍ଲା ସଭାପତି ସମାଜସେବା ଜି. ରାମବାବୁ, ନବରଙ୍ଗପୁର ଜିଲ୍ଲା ସଂଯୋଜକ ଆଦିବାସୀ ନେତା ଓ ଅର୍ଜୁନ ଭତ୍ରା ପ୍ରମୁଖ ଏହି ସମ୍ମିଳନୀରେ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିବା ପୂର୍ବରୁ ଜନମତ ଆଧାରରେ ଏହି ସଂଶୋଧନ ପ୍ରସ୍ତାନ ଗ୍ରହଣ କରିବକୁ ଦାବୀ କରିଛନ୍ତି । ରାଜ୍ୟ ସରକାର ତୁରନ୍ତ ସଂସଦୀୟ ବ୍ୟାପାର ବିଭାଗ ଦ୍ଵାରା ଏ ସଂପର୍କରେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଲୋକ ମାନଙ୍କର ମତାମତ ଗୁହଣ କରନ୍ତୁ । ଲୋକଙ୍କ ସରକାର କହୁଥିବା ଦଳ ଲୋକମତକୁ ଗ୍ରହଣ କରି ବିଧାୟକ ମନ୍ତ୍ରୀ ଓ ପୂର୍ବତନ ବିଧାୟକଙ୍କ ଦରମା ପେନ୍ସନ୍ କେତେ ହେବ ତାହା ସ୍ଥିର କରନ୍ତୁ । ଯେଉଁ ବିଧାୟକ ମନ୍ତ୍ରୀମାନେ ବର୍ଦ୍ଧିତ ଦରମା ନେବେ ସେମାନଙ୍କର ସାଧୁତା ଏବଂ ବିଭିନ୍ନ ଜନ କଲ୍ୟାଣକାରୀ ବ୍ୟବସ୍ଥାରେ ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି ବୋଲି ସଂଗଠନ ପକ୍ଷରୁ ସମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି । କୋରାପୁଟ ଜିଲ୍ଲା ସଂଗଠନକୁ ସୁଦୃଢ଼ କରିବା ପାଇଁ ଜିଲ୍ଲା ସଭାପତି ସମାଜସେବୀ କି. ରାମବାବୁଙ୍କ ଅଧ୍ୟକ୍ଷତାରେ ଏକ ପୂର୍ଣାଙ୍ଗ କମିଟି ଗଠନ କରାଯାଇଛି ଏହି କମିଟିରେ ବିଭିନ୍ନ ବ୍ଲକ ତହସିଲ ଓ ଏନଏସି ପୌରରେ କାର୍ଯ୍ୟକର୍ତା ଚୟନ କରାଯାଇଛି। ବିଭିନ୍ନ ଜନହିତକାରୀ ଯୋଜନାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅର୍ଥକୁ ଯେଉଁଭଳି ଭାବରେ ରାଜନୈତିକ ବ୍ୟକ୍ତି ଏବଂ ଅସାଧୁ କର୍ମଚାରି ମାନେ ଲୁଣ୍ଠନ କରୁଛନ୍ତି ତାହା ବିରୁଦ୍ଧରେ ଏହି ସଂଗଠନ ବିଭିନ୍ନ ଜାଗାରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି ଓ ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ସାଧାରଣରେ ଜନ ଶୁଣାଣି କରି ଅଭିଯୋଗ ଫର୍ଦ୍ଦ ଦାଖଲ କରିବାକୁ ନିଷ୍ପତି ନେଇଛି। ଏହି କାର୍ଯ୍ୟକ୍ରମରେ ଜୟପୁର ପେପର ମିଲରେ ହୋଇଥିବା ଦୁର୍ନିତୀ ପିସି ବନ୍ଦ ସୁଚନା ଅଧିକାର ନିୟମରେ ଥିବା ବ୍ୟତିକ୍ରମ ଇତ୍ୟାଦି ଉପସ୍ଥାପନା କରିଥିଲେ। ଏହି ମହତ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ବୁଦ୍ଧିଜୀବୀ ଏବଂ ସାମ୍ବାଦିକମାନେ ସହଯୋଗ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ନିବେଦନ କରାଯାଇଛି।