Hot Posts

6/recent/ticker-posts

ଶିଶୁ ମହୋତ୍ସବ ଉଦଯାପିତ

ବରୀ, ୩୧/୦୧ ( ରଂଜିତ ମହାନ୍ତି ) : ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ଅଜାଣ ବନ ଶୋଭନୀୟ ଶିକ୍ଷାଶ୍ରମ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ଓ ପ୍ରତିଭା ଚୟନ ଉତ୍ସଵ ଉଦଯାପିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ମୁଖ୍ୟ ଡ ନୃସିଂହ ଚରଣ ବେହେରା ସଭାପତିତ୍ୱ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ଅତିରିକ୍ତ ଅଧିକ୍ଷକ ଶିତିକଣ୍ଠ କାନୁନଗୋ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଘରୋଇ ଶିକ୍ଷାନୁଷ୍ଠାନ ଟେଟ୍ରାହେଡନ ର ନିର୍ଦ୍ଧେଶକ ତ୍ରିଦେଵ ବେହେରା ଯୋଗ ଦେଇ କୋମଳମତି ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା କୁ ପ୍ରାଥମିକ ସ୍ତରରୁ ଚିହ୍ନଟ କରିବା କ୍ଷେତ୍ରରେ ଗୁରୁମା,ଗୁରୁ,ଏବଂ ଅଭିଭାବକ ମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି ମତ ରଖିଥିଲେ।ଉକ୍ତ ଶିଶୁ ମହୋତ୍ସବରେ ସମ୍ମାନୀୟ ଅତିଥି ଭାବେ ବରୀ ଶିକ୍ଷା ମଣ୍ଡଳ ଅଧିକାରିଣୀ ପ୍ରତିଶ୍ରୁତି ସିଂ ଓ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ଡ଼ ଭାଗ୍ୟଧର ସାହୁ,କର୍ଣ୍ଣ ଚନ୍ଦ୍ର ଘଡାଈ ଯୋଗ ଦେଇ ବରୀ ଅଂଚଳରେ ଶିଶୁ ମହୋତ୍ସବ ପାଳନ କରିବା କ୍ଷେତ୍ରରେ ଏହି ଅନୁଷ୍ଠାନ ଆୟୋଜନ କରିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ।ବିଦ୍ୟାଳୟ ର ସମ୍ପାଦକ ପ୍ରିୟ ରଂଜନ ବେହେରା ସମ୍ପଦକୀୟ ବିବରଣୀ ପାଠ କରିଥିବା ବେଳେ ବରୀ ଅଂଚଳର ସୁନାମଧନ୍ୟ ନିର୍ଦେଶକ ଅଭୟ ଶତପଥୀ ନ୍କ ନିର୍ଦେଶନା ରେ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ, ଭଜନ ଏବଂ ଅଭିନୟ କରି ଉପସ୍ଥିତ ଦର୍ଶକ ମାନଙ୍କୁ ବିମୋହିତ କରିଥିଲେ।କୃତି ଛାତ୍ରୀଛାତ୍ର ମାନଙ୍କୁ ରମା ଦାସ ପ୍ରତିଭା ସମ୍ମାନ ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ବିଶାରଦ ଗୋକୁଳାନନ୍ଦ ଦାଶ ସ୍ମୃତି ସମ୍ମାନ,ଶିକ୍ଷକ ନେତା ଲୋକନାଥ ଦାସ ସ୍ମୃତି ସମ୍ମାନ ଓ ଯୁଧିଷ୍ଠିର ତ୍ରିପାଠୀ ସ୍ମୃତି ସମ୍ମାନରେ ଅତିଥି ମାନେ ମାନପତ୍ର ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଗୁରୁ,ଗୁରୁମା,କର୍ମଚାରୀ ଓ ବରୀ ଅଂଚଳର ବହୁ ଶିକ୍ଷାବିତ୍,ଯୁବ ସମାଜସେବୀ ଓ ସ୍ବେଚ୍ଛାସେବୀ ସଂଗଠନ ନ୍କ ସହଯୋଗରେ ସଫଳ ହୋଇଥିବାରୁ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।