Hot Posts

6/recent/ticker-posts

ସରକାରୀ ଉଚ୍ଚ ବିଦ୍ୟାଳୟ ଫିରିଙ୍ଗିଆ ୨୦୧୯ ବର୍ଷ ଦଶମ ବ୍ୟାଚ ୨ୟ ବାର୍ଷିକ ବନ୍ଧୁମିଳନ

କନ୍ଧମାଳ, ୨୯/୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ୨୦୧୯ ବର୍ଷ ଦଶମ ବ୍ୟାଚ ୨ୟ ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଉତ୍ତମ କହଁରଙ୍କ ନେତୃତ୍ୱରେ ଫିରିଙ୍ଗିଆ ଅନ୍ତର୍ଗତ ଡିଣ୍ଡିରା ଗାଁ ଘାଇ ନିକଟରେ କରାଯାଇଥିଲା । ସମସ୍ତେ ଏକତ୍ରିତ ହେବା ପରେ ପରସ୍ପର କୁ ଆଲିଙ୍ଗନ କରିବା ସହିତ ପୁରୁଣା ସ୍ମୃତିକୁ ସାଉଁଟି ଥିଲେ ଏବଂ ନିଜର ଭାବର ଆଦାନ ପ୍ରଦାନ କରିଥିଲେ । ତାପରେ ଆଗାମୀ ଦିନରେ ଏକଜୁଟ ହୋଇ କିପରି ସମାଜର ଓ ଅଞ୍ଚଳର ଉନ୍ନତି ମୂଳକ କାର୍ଯ୍ୟ କରିବା ସେ ବିଷୟରେ ଆଲୋଚନା କରିଥିଲେ ।ଏଥିରେ ଉତ୍ତମ କହଁର, ବିବେକାନନ୍ଦ କହଁର, ଅମରନାଥ ପ୍ରଧାନ, ହେମନ୍ତ ଦିଗାଲ,ଚନ୍ଦନ କହଁର, ଧର୍ମେନ୍ଦ୍ର କହଁର, ରୁକ୍ମିଣୀ କହଁର,ରାନି କହଁର, କାଳିଜାଈ କହଁର ଓ ଦୀପ୍ତିମା କହଁର ସମେତ ୩୫ ଜଣ ଯୋଗଦେଇ ଥିଲେ ।