କୁନି ପ୍ରତିଭାଙ୍କ ମୃଦଙ୍ଗ ବାଦ୍ୟ ମନଜିଣୁଛି
ବରୀ, ୨୦/୦୩ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଛତିଶଦେବିଲ ପଞ୍ଚାୟତର ମହମ୍ମଦ ଜମାପୁର ଗ୍ରାମର ଭାଗ୍ୟବାନ ସ୍ୱାଇଁଙ୍କ ପୁଅ ଶୁଭଙ୍କର ସ୍ୱାଇଁ ବୟସ ୯ ତୃତୀୟ ଶ୍ରେଣୀରେ ପାଠପଢ଼ୁଥିବା ବେଳେ ଏତେ କମ ବୟସ ରୁ କୀର୍ତ୍ତନ କୁ ଭଲ ପାଇଯାଇଛନ୍ତି l ବାପା ଙ୍କ ସାଙ୍ଗରେ ଯେଉଁଠି କୀର୍ତ୍ତନ ଦଳ ଯାଇଥାଏ ହନୁମାନ ବେଶରେ ନୃତ୍ୟ ପ୍ରଦର୍ଶନ ସହିତ ଆଉ ଗୋଟେ ପ୍ରତିଭା ହେଉଛି ଛୋଟ ପିଲା ହେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୃଦଙ୍ଗ ବଜାଇ ସମସ୍ତ ଙ୍କୁ ଆକୃଷ୍ଟ କରିପକାଉଛନ୍ତି l ସେଥିଲାଗି ଶୁଭଙ୍କର କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଉଛି l ପାଠ ପଢା ସହିତ ବିଭିନ୍ନ କୀର୍ତ୍ତନ ଦଳ ରେ ତାଙ୍କର ନୃତ୍ୟ ବି ପରିବେଷଣ କରୁଛନ୍ତି l