ଆଦର୍ଶଶିକ୍ଷକ ନେତ୍ରାନନ୍ଦ ଦାଶଙ୍କ ଷଷ୍ଠ ଶ୍ରlଦ୍ଧ ଦିବସ ବାର୍ଷିକ ପାଳିତ
ବରୀ, ୨୯/୦୧ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳର ଆଦର୍ଶ ଶିକ୍ଷକ ନେତ୍ରାନନ୍ଦ ଦାଶଙ୍କ ଷଷ୍ଠ ଶ୍ରlଦ୍ଧ ବାର୍ଷିକ ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥପୁର ଠାରେ ନେତ୍ରାନନ୍ଦ ସାର ସ୍ମୃତି ସଂସଦ ପକ୍ଷରୁ ପାଳିତ ହୋଇ ଯାଇଛି ହେlଇଛି l ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଲିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମୁଖ୍ୟଅତିଥି ଡାକ୍ତର ରାଜ କିଶୋର ପଣ୍ଡା, ମୁଖ୍ୟଵକ୍ତା ଅବସରପ୍ରାପ୍ତ ଅଧ୍ୟକ୍ଷ ଦେବ ପ୍ରସାଦ ସାମଲ, ସମ୍ମlନିତ ଅତିଥି ଡ଼କ୍ଟର ସୁବାଷ ଚନ୍ଦ୍ର ବିଶ୍ୱାଳ, ଆଦର୍ଶ ଶିକ୍ଷକ ଚିତ ରଞ୍ଜନ ଦିବେଦୀ, ନିର୍ମଳ କୁମାର ଦାଶ ପ୍ରମୁଖ ଯୋଗଦେଇ ନେତ୍ରାନନ୍ଦ ସାର ପ୍ରତିମୃତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ବହୁ ମୁଖୀ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ l ଏହି ଅବସରରେ ନେତ୍ରାନନ୍ଦ ସାରଙ୍କ ସ୍ମୃତି ସମ୍ବଳିତ ସ୍ମରଣିକା ‘ସାର ‘କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ଅବସରପ୍ରାପ୍ତ ଶିକ୍ଷକ ଶରତ ଚନ୍ଦ୍ର ଦିବେଦୀ, ବିଚିତ୍ରା ନନ୍ଦ ପୁହାଣ, ଗଗନ ବିହାରୀ ଜେନା, ନାରାୟଣ ଚନ୍ଦ୍ର ଜେନା, କୁଞ୍ଜ ବିହାରୀ ଦାଶ, ଶରତ ଚନ୍ଦ୍ର ରାୟ, ଦାମୋଦର ସାହୁ, ନାରାୟଣ ଚନ୍ଦ୍ର ମଲ୍ଲିକ, ଦୋଳଗୋବିନ୍ଦ ଦାଶ, କୂଳମଣି ଶୁକ୍ଳ, ପଞ୍ଚାନନ କର ଙ୍କୁ ସଂସଦ ପକ୍ଷରୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଅନ୍ୟମାନଙ୍କ ମଧ୍ୟ୍ୟରେ ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ପ୍ରଭାସ ଚନ୍ଦ୍ର ଦାସ, ପଙ୍କଜିନୀ ଉପାଧ୍ୟାୟ, ଡ଼କ୍ଟର ନୃସିଂହ ଚରଣ ବେହେରା, ଡ଼କ୍ଟର ଗିରିଶ ବିହାରୀ ମିଶ୍ର, ହରିଶ ଚନ୍ଦ୍ର ଦାସ, ସୀତାକାନ୍ତ ପଣ୍ଡା, ପ୍ରଶ୍ନନ ସାମଲ, ଡ଼କ୍ଟର ଅଜୟ କୁମାର ଜେନା, ଶରତ କୁମାର ଜେନା ପ୍ରମୁଖ ଯୋଗ ସାର ଙ୍କ ଗୁଣଗାନ କରିଥିଲେ l ଏହି ଉପଲକ୍ଷେ ଏକ ରକ୍ତଦାନ ଶିବିର ଓ ଗୀତାପାଠ ଅନୁଷ୍ଠିତ ହେlଇଥିଲା l ଅପୁତ୍ର ବିଜୟ କୁମାର ଦାଶ ସ୍ୱାଗତ ବକ୍ତବ୍ୟ ବିଜୟ କୁମାର ଦାଶ ଦେଇଥିବା ବେଳେ ଅଧ୍ୟାପକ ଦାମୋଦର ବେହେରା ମଞ୍ଚ ପରିଚାଳନା କରିଥିଲେ l ଜ୍ୟେଷ୍ଠ ପୁତ୍ର ନିର୍ମଳ କୁମାର ଦାଶ ଧନ୍ୟବାଦ ଦେଇଥିଲା ବେଳେ ରାଜେଶ କୁମାର ଦାଶ, ଶିଶିର କୁମାର ଦାଶ, ଅଶୋକ କୁମାର ଦାଶ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ l ଏହି ଅବସରରେ ସମ୍ବାଦ ଆମ ଓଡିଶା ପକ୍ଷରୁ ଏକ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଥିଲା