କୋରାପୁଟ, ୨୯/୦୧ ( ସୁରେନ୍ଦ୍ର ଖୋସଲା ) : ଦ୍ଵିତୀୟ ଥର ପାଇଁ କୋରାପୁଟ ନଗର କଂଗ୍ରେସ ସଭାପତି ହେଲେ ଜୟନ୍ତ କଚିମ। ପୂର୍ବରୁ ଭି ସେ କୋରାପୁଟ ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ସୁଚାରୁ ରୂପେ ସମ୍ପ୍ରନ କରିଛନ୍ତି। ଜୟନ୍ତ କଚିମ ଜଣେ ଯୁବ ଟାଣୁଆ କଂଗ୍ରେସ ନେତା। ଜଣେ ଭଲ ସଂଘଠକ ଭାବରେ ସେ ବେଶ ଜଣାଶୁଣା। ପୁଣି ଥରେ ନଗର କଂଗ୍ରେସ ସଭାପତି ପାଇବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ.. ଜିଲ୍ଲା ସଭାପତି ରୂପକ ତୁରୁକ... ଏଵଂ ଜୟପୁର ପଟାଙ୍ଗି ଲକ୍ଷ୍ମୀପୁର ବିଧାୟକ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଯେ ହେତୁ ଆଗକୁ ପୌରପାଲିକା ନିର୍ବାଚନ ରହିଚି ତେଣୁ ତାଙ୍କ ଦଳ କି ଭଳି ଭଲ ପଦର୍ଷାନ କରିବ ସେ ନେଇ ସେ ଗୁରୁତ୍ୱାରୋପ କରିବେ ବୋଲି କହିଛନ୍ତି। କୋରାପୁଟ ଯୁବ ଛାତ୍ର ଓ ମହିଲା କଂଗ୍ରେସ ତରଫରୁ ତାଙ୍କୁ ଭବ୍ୟ ସମ୍ବାରଧନା କରଯାଇଥିଲା।
କୋରାପୁଟ ରୁ ସୁରେନ୍ଦ୍ର ଖୋସଲା ଙ୍କ ରିପୋର୍ଟ
NABADUTA NEWS ODISHA ,

