କୋକସରା, ୧୮/୦୩ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ର ପର୍ଯ୍ୟଟନ ସ୍ଥଳୀ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ପରିଚାଳନା ଦାଇତ୍ୱ ନେଇ ଦୀର୍ଘବର୍ଷ ରୁ ଥିବା ଉନ୍ନୟନ କମିଟି ଓ ଗତ ୨ ବର୍ଷ ତଳେ ଗଠନ ହୋଇଥିବା ଇଟିଜି କମିଟି ମଧ୍ୟରେ ପରିଚାଳନା ନେଇ ବିବାଦ ଉପୁଜିଥିବା ବେଳେ ଗତ ଦୁଇ ବର୍ଷ ହେବ ଏହି ବିବାଦ ର ସମାଧାନ ହୋଇ ନଥିବା ବେଳେ ଉନ୍ନୟନ କମିଟି ପକ୍ଷରୁ ହାଇକୋର୍ଟରେ ଇଟିଜି କମିଟି ନାଁ ରେ ଏକ ମାମଲା ରୁଜୁ କରି ନ୍ୟାୟିକ ତଦନ୍ତ କରିବାକୁ ଆଗ୍ରାହ୍ୟ କରା ଯାଇଥିଲା। ଏହି ଘଟଣା ରେ ଜିଲ୍ଲା ପ୍ରଶାସନ କୁ ହାଇକୋର୍ଟ ପକ୍ଷରୁ ସମାଧାନ ଓ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଜାରି ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଗତ ଦିନରେ ଓ ଗତ ମଙ୍ଗଳବାର ଦିନ ଦୁଇ କମିଟି ସହ କୋକସରା ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱ।ନ ଙ୍କ ଅଧ୍ୟକ୍ଷତାରେ ଉପ ଜିଲ୍ଲାପାଳ ଧର୍ମଗଡ ଓ ବ୍ଲକ ପ୍ରଶାସନିକ ଅଧିକାରୀ ଆଲୋଚନା କରିଥିଲେ।ତେବେ କୌଣସି ନିଷ୍କର୍ଷ ବାହାରି ନଥିଲା। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ କମିଟି କୁ କୌଣସି ସମାଧାନ ନହେବା ପର୍ଯ୍ୟନ୍ତ ଚଳିତ ବର୍ଷ ଶ୍ରୀରାମ ନବମୀ ମହୋତ୍ସବ ପାଳନ ପାଇଁ କଟକଣା ଜାରି କରାଯାଇଛି। ଏହି ଘଟଣା କୁ ନେଇ ଡୁଡୁକାଠେଙ୍ଗା ପଞ୍ଚାୟତ ଇଟିଜି କମିଟି ପକ୍ଷରୁ ବୁଧବାର ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ଗ୍ରାମ ରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ ନିଜର ପକ୍ଷ ରଖିବା ସହ ମାନ୍ୟବର ହାଇକୋର୍ଟ ଓ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କୁ ସମ୍ମାନ ଜଣାଇ ଯଦି ଜିଲ୍ଲା ପ୍ରଶାସନ ଅନୁମତି ଦେବେ ତାହେଲେ କମିଟି ପର୍ଯ୍ୟଟନ ସ୍ଥଳୀ ର ସମସ୍ତ କାର୍ଯ୍ୟ ନିର୍ବାହ କରିବା ସହ ସୁରକ୍ଷା ଦାଇତ୍ୱ କୁ ତ୍ୱରାନ୍ୱିତ କରିବେ ବୋଳି ମତ ରଖିବା ସହ ଉନ୍ନୟନ କମିଟି ସହ ମିଳିତ ଭାବେ ପରିଚାଳନା ଦାୟିତ୍ବ ନେବାକୁ ରୋକଠୋକ ମନା କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ
