Hot Posts

6/recent/ticker-posts

ସହର ରେ ଜମୀ ହୁତୁହୁତୁ ହୋଇ ବୋଢ଼ିବାରେ ଲାଗିଛି ସରକାର ଙ୍କ ମାନବିନ୍ଦୁ ରାଶି ବୃଦ୍ଧି ଯୋଗୁଁ ସାଧାରଣ ରେ ଅସନ୍ତଷ

ରାୟଗଡ଼ା, ୩୧/୦୧ ( ଭି. ଗୌରି ଶଙ୍କର ରାଓ ) : ଆଜି ଦିନ ୧୨ ଘଣ୍ଟା ସମୟ ରେ ରାୟଗଡ଼ା ସଦର ସ୍ଥିତ କିଛି ସଧାରଣ ଲୋକେ ଓ କିଛି ବୁଦ୍ଧିଜୀବି ଜିଲ୍ଲା ର ଉପଜିଲାପାଳ ଙ୍କୁ ଜମି ଭୂମି ଉପରେ ଥିବା କିଛି ସମସ୍ୟା ଜନିତ ଆପତ୍ତି ପତ୍ର ଲିଖିତ ଆକାର ମାଧ୍ୟମ ପ୍ରଦାନ କରିଛନ୍ତି l ଏହି ଆପତି ପତ୍ର ମାଧ୍ୟମ ରେ ରାୟଗଡ଼ା ର ଜନ ସାଧାରଣ ଓ ବୁଦ୍ଧିଜିବି ଗଭୀର ଉଦବେଗ ପ୍ରକାଶ କରି ଜଣାଇ ଛନ୍ତୀ ରାୟଗଡ ସହରାଞ୍ଚଳ ରେ ଜମି ର ମାନବିନ୍ଦୁ ରାଶି ହୁ ହୁ ହୋଇ ବଢୁଥିବା ଯୋଗୁ ସାଧାରଣ ଜନ ସାଧରଣ, ମଧ୍ୟବିତ, ନିମ୍ନମଧ୍ୟବିତ୍ତ ଓ ଗରିବ ଶ୍ରେଣୀ ର ଲୋକ ଙ୍କ ପାଇଁ ଜମି ଖଣ୍ଡ କିଣି ନିଜସ୍ଵ ବାସଗୃହ ଖଣ୍ଡେ ନିର୍ମାଣ କରିବା ବହୁତ କଷ୍ଟକର ହେଇପଡୁଛି। ଦିନକୁ ଦିନ ବର୍ଦ୍ଧିତ ମୂଲ୍ୟ ବିନିମୟ ରେ ଗରିବ ଶ୍ରେଣୀ ର ଲୋକ ନିଜର ବଞ୍ଚିବା ପାଈ ପନି ପରିବା ଚାଷ, ଦିନ ମୋଜୁରିଆ,ମୁଣ୍ଡ ଗୁଞ୍ଜିବା ପାଇଁ ଗୋଟେ ଘର କରିବା କଷ୍ଟ କର ହୋଇପଡ଼ୁଛି । ଜେହେତୁ ରାୟଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷ୍ଟିତ ଅଞ୍ଚଳ ହେଇଥିବା ରୁ ଜିଲ୍ଲା ରେ ଗରିବ ଖଟିକ୍ଷାଆ, ମୋଜୁରିଆ ମଧ୍ୟବିତ୍ତ ନିମ୍ନ ମଧ୍ୟବିତ୍ତ ଲୋକ ବସବାସ କରୁ ଥିବା ରୁ ସରକାର୍ ଙ୍କ ନିର୍ଦ୍ଧାରିତ ମୂଲ୍ୟ ବିନୀମୟ ରେ ନିଜ ନାମରେ କ୍ରୟଜମି କୁ ପଞ୍ଜିକରଣ କରିବା ବା ପଟା କରିବା କଷ୍ଟକର ହେଇ ପଡ଼ୁଛି ଓ ଏଣୁ ସରକାର୍ ଏହି ବର୍ଦ୍ଧିତ ମୂଲ୍ୟ ଉପରେ ପୁନ ବିଚାର କରିବେ ବୋଲି ଜନସାଧାରଣ ସରକାର ଙ୍କୁ ନିବେଦନ କରିଛନ୍ତି।