Hot Posts

6/recent/ticker-posts

ବରୀ-ବାଗଦା ନିକଟରେ ହମ୍ପସ ନିର୍ମାଣ ଦାବି

ବରୀ, ୨୮/୦୧ ( ରଂଜିତ ମହାନ୍ତି ) : ବରୀର ଜୀବନ ରେଖା କୁହା ଯାଉଥିବା ବରୀ ମାଉଣ୍ଡ-ରାମଚନ୍ଦ୍ରପୁର ରାସ୍ତାର ବାଗଦା ଗ୍ରାମ ନିକଟ ଜାଗୁଳାଇ ମନ୍ଦିରର ଉଭୟ ପଟରେ ହମ୍ପସ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଜଳ ସମ୍ପଦ ବିଭାଗ ଅଧିନରେ ପୂର୍ବରୁ ଥିବା ଏହି ରାସ୍ତା ଏବେ ପୂର୍ତ୍ତ ବିଭାଗ ଅଧିନରେ ରହିଛି । ନିକଟରେ ଏହି ରାସ୍ତାର ନୂତନ ନିର୍ମାଣ କାର୍ଯ୍ୟ ସରିଛି । ଏହି ରାସ୍ତା ଦେଇ ବରୀ ବ୍ଳକର ୨୯ ପଞ୍ଚାୟତର ଲୋକେ ଗତାଗତ କରନ୍ତି । ବହୁ ସଂଖ୍ୟାରେ ଗାଡି ଚାଳକ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଅତି ଦ୍ରୁତ ଗତିରେ ଏହି ରାସ୍ତାରେ ଗାଡ଼ି ଚାଳନା କରୁଛନ୍ତି । ରାସ୍ତାକୁ ଲାଗି ମା ଜାଗୁଳାଇଙ୍କ ମନ୍ଦିର ରହିଥିବାରୁ ଗ୍ରାମରୁ କେହି ରାସ୍ତାକୁ ଆସିଲେ ରାସ୍ତା ଦେଖା ଯାଉନାହିଁ । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଏହି ସ୍ଥାନରେ ରାସ୍ତାର ଉଭୟ ପଟରେ ହମ୍ପସ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏ ନେଇ ଯାଜପୁର ଜିଲ୍ଲାପାଳଙ୍କ ସହିତ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।