ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ
କର୍ଲାମୁଣ୍ଡା, ୨୮/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ଶିବମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ ବୁଧବାର ହୋଇଯାଇଛି। ଏଥିରେ କମିଟୀ କୋଷାଧ୍ୟକ୍ଷ ରାକେଶ କେଡ଼ିଆ ଓ ତାଙ୍କ ଧର୍ମପତ୍ନୀ ଯଜ୍ଞକର୍ତ୍ତା ରହିଥିବା ବେଳେ ପୂଜକ ଡୋଳାମଣି ପଣ୍ଡିଆ ପୂଜାକାର୍ଯ୍ୟ ସମ୍ପାଦନ କରଥିଲେ। ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପରିଚାଳନା କମିଟୀ କର୍ମକର୍ତ୍ତା ଓ ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।