ବରୀ ଅଞ୍ଚଳର ବିଶିଷ୍ଠ ଡାକ୍ତର ସୁରେଖା ଓଝାଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକର ଛାୟା
ବରୀ, ୨୯/୦୧ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳର ବିଶିଷ୍ଟ ଡାକ୍ତର ସୁରେଖା ଓଝାଙ୍କର ଆଜି ସକାଳ ସାଢେ ୬ଟା ସମୟରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେଲା ପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ବିଶିଷ୍ଠ ଶିକ୍ଷାବିତ, ସ୍ୱର୍ଗତ ପ୍ରଫେସର କୃଷ୍ଣଚନ୍ଦ୍ର ଓଝାଙ୍କୁ ସେ ବିବାହ କରିବା ପରେ ୧୯୭୦ ମସିହାରୁ ତାଙ୍କ ବରୀ ବାଗଦା ସ୍ଥିତ ବାସଭବନରେ ନାରୀ ମଙ୍ଗଳ ସେବା ସଦନ ନାମରେ ଘରୋଇ ଚିକିତ୍ସାଳୟ ସ୍ଥାପନ କରି ରୋଗୀ ସେବା ଆରମ୍ଭ କରିଥିଲେ । ଦେହାନ୍ତର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ଅସୁସ୍ଥତା କାରଣରୁ ଚିକିତ୍ସା ସେବାରୁ ଅବ୍ୟାହତି ନେଇଥିଲେ । ଜଣେ ମହିଳା ଓ ଶିଶୁ ଚିକିତ୍ସକ ଭାବେ ସେ ବେଶ କ୍ଷାତି ଅର୍ଜନ କରିଥିଲେ ।