ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ।
କନ୍ଧମାଳ, ୨୯/୦୧ (ଅଚ୍ୟୁତ ଜାନୀ) : କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଲୁଇସିଂ ର ବାର୍ଷିକ ଉତ୍ସବ ବୁଧବାର ଦିନ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବଟି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀରାମ ଚନ୍ଦ୍ର ବେହେରାଙ୍କ ପୌରହିତରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଗଦାଧର ପାତ୍ର ଯୋଗ ଦେଇ ଥିବା ବେଳେ ମୁଖ୍ୟବକ୍ତା ଭାବେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନ, ସମ୍ମାନୀତ ଅତିଥି ରୂପେ ଫୁଲବାଣୀ ବିଧାୟକ ପ୍ରତିନିଧି ଅଶୋକ ତ୍ରିପାଠୀ, ସ୍ଥାନୀୟ ସରପଞ୍ଚ ଶ୍ରୀ ସୁଦର୍ଶନ କହଁର,ଆଇନଜୀବୀ ବନ ମହାନ୍ତି , ପୂର୍ବତନ ବିଧାୟକ ଅଙ୍ଗଦ କହଁର,ବାଲନ୍ଦା ପଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦୀପ୍ତି ରଞନ ନନ୍ଦ,ପଞ୍ଚ ସଖା ସେତୁ ସଭାପତି ଶ୍ରୀ ଆଲୋକ କହଁର, ପଞ୍ଚାୟତ କାର୍ଯ୍ୟନିର୍ବାହି ଅଧିକାରୀ ଜିତେନ୍ଦ୍ର କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ବରିଷ୍ଠ ଶିକ୍ଷକ ଶିକ୍ଷକ ଶ୍ରୀ ପ୍ରଭାକର ସାମଲ ବାର୍ଷିକ ବିବରଣୀ ପଠନ କରିଥିଲେ । ଲୁଇସିଂ ସିଆରସିସି ଶ୍ରୀ ମଦନମୋହନ ସେଠୀ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିବା ବେଳେ ପଞ୍ଚସଖା ସେତୁ ସଭାପତି ଆଲୋକ କହଁର ବିଦ୍ୟାଳୟର ବିଭିନ୍ନ ଅଭାବ ଓ ଅସୁବିଧା ଗୁଡିକୁ ଉପସ୍ଥାପନ କରିଥିଲେ । ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ସଫଳତାର ମନ୍ତ୍ର ବିଷୟରେ ଅବଗତ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଗୁଡିକ ସମାଧାନ କରାଯିବ ବୋଲି ମତବ୍ୟକ୍ତ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ହସ୍ତରେ ପୁରସ୍କୃତ କରିବା ସହିତ ବିଦ୍ୟାଳୟର ବାର୍ଷିକ ପତ୍ରିକା 'ସୟଂପ୍ରଭା'ର ଉନ୍ମୋଚନ କରାଯାଇଥିଲା । ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୋବିନ୍ଦ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା ।