Hot Posts

6/recent/ticker-posts

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଜୁନାଗଡ଼, ୨୯/୦୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତାଳଜାରିଙ୍ଗ ପଂଚାୟତ ରେଲୱେ ବ୍ରିଜ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଜଣା ପଡ଼ିନାହିଁ । କଳାହାଣ୍ଡି ଜିଲ୍ଲା ତଳଜାରିଙ୍ଗ ପଂଚାୟତରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି। ସୂଚନା ମୁତାବକ, ତଳଜାରିଙ୍ଗ ଓଭରବ୍ରିଜ ନିକଟରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ । ସକାଳୁ ସକାଳୁ ବ୍ୟକ୍ତିଙ୍କ ମୃତଦେହ ଦେଖି ତୁରନ୍ତ ଜୁନାଗଡ଼ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟକ୍ତିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ବ୍ୟକ୍ତିଙ୍କ ପରିଚୟ ଖୋଜି ଘଟଣାର ତଦନ୍ତ କରୁଛି ଜୁନାଗଡ଼ ପୋଲିସ ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ