ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଅନୁଷ୍ଠିତ
ରାୟଗଡ଼ା, ୦୮/୦୧ ( ଭି. ଗୌରି ଶଙ୍କର ରାଓ ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଆୟୋଜିତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ରାୟଗଡ଼ର ଆଜି ଦ୍ୱିତୀୟ ଦିବସରେ ମଞ୍ଚରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଅଧିକାରୀଙ୍କ କର କମଳରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ମଞ୍ଚକାର୍ଯ୍ୟ ଆରମ୍ଭ ହୋଇଥିଲା । ଦ୍ୱିତୀୟ ଦିବସ ମେଳାରେ ମୂଖ୍ୟ ଅତିଥି ରୂପେ ଶ୍ରୀଯୁକ୍ତ ରବିନାରାୟଣ ପଣ୍ଡା- ଓଡ଼ିଶା ରାଜ୍ୟ ବିହନ ଓ ଜୈବ ଉତ୍ପାଦ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର ସମ୍ମାନୀତ ଅତିଥି- ଶ୍ରୀ ବସନ୍ତ କୁମାର ପ୍ରଧାନ - ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ , ଶ୍ରୀମତୀ ସୁସ୍ମିତା ବାଉରୀ- ଜିଲ୍ଲା ସଂସ୍କୃତି ଅଧିକାରୀ, ସହକାରୀ ଯନ୍ତ୍ରୀ ସରୋଜିନୀ ବାଗ, ରାୟଗଡ଼ । ମଞ୍ଚାସୀନ ସମସ୍ତ ଅତିଥି ଅଧିକାରୀଙ୍କୁ ପୁଷ୍ପକୁଣ୍ଡ ଓ ଉପଢୌକନ ପ୍ରଦାନ ପରେ କୃଷି ଜିଲ୍ଲା ଅଧିକାରୀ, ମୁନିଗୁଡ଼ା ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ନୂତନ ଜ୍ଞାନ କୌଶଳ ଓ ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର କରି କିପରି ଚାଷୀର ଉତ୍ପାଦନ ଶକ୍ତି ବୃଦ୍ଧି ହେବ ସେଥିପ୍ରତି ମୂଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ ।ବିଭାଗୀୟ ସମସ୍ତ ଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଗୁଣୁପୁର ଓ ଗୁଡ଼ାରୀ ବ୍ଲକ୍ର ୨ ଜଣ ଚାଷୀଙ୍କୁ ମାନପତ୍ର ଓ ମୋମେଣ୍ଟ୍ ପ୍ରଦାନ କରି ସମ୍ମାନୀତ କରାଯାଇଥିଲା । ଆଜିର ମେଳାରେ ଅନେକ ଚାଷୀ, କ୍ରୟ କରିଥିବା ଗାଡ଼ିର ଚାବି ମଞ୍ଚ ରେ ପ୍ରଦାନ କରାଯାଇଥିଲା । କୃଷକ ପାଠଶାଳା ଆଲୋଚନା ଚକ୍ରରେ ଡଃ ବି ଏସ୍ ଦେବଦାସ, ଡିନ୍, ସ୍କୁଲ ଅଫ ଅଗ୍ରିକଲ୍ଚର, ଗୁଣୁପୁର, ରାୟଗଡ଼ା, ଡଃ ଏସ କେ ମହାନ୍ତି , ସହକାରୀ ଅଧ୍ୟାପକ, ସ୍କୁଲ ଅଫ ଅଗ୍ରିକଲ୍ଚର, ଗୁଣୁପୁର ସମନ୍ୱିତ କୃଷି ପଦ୍ଧତି ସମ୍ଵନ୍ଧରେ ଆଲୋଚନା କରିଥିଲେ ଓ ଶ୍ରୀ ସିଦ୍ଧାର୍ଥ ଶେଖର ସ୍ଵାଇଁ, ସହକାରୀ କୃଷି ଯନ୍ତ୍ରୀ, ରାୟଗଡା ଯୋଗଦେଇ ଉପସ୍ଥିତ ଚାଷୀ ନୂତନ କୃଷି ଯନ୍ତ୍ରପାତି ବ୍ୟବହାର କରି କିପରି କୃଷି ଉତ୍ପାଦନ ବୃଦ୍ଧି କରାହେବ ତାହା ଉପରେ ଆଲୋଚନା କରିଥିଲେ ।ଶେଷରେ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ, ରାୟଗଡ଼ ଶ୍ରୀଯୁକ୍ତ ଶେଖ୍ ଏହେସାନ୍ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ ଅତିଥି ଓ ଅଧିକାରୀ ଚାଷୀମାନଙ୍କ ସହ ପ୍ରଦର୍ଶିତ ସମସ୍ତ ଷ୍ଟଲ୍ ଗୁଡ଼ିକ ବୁଲି ଦେଖିଥିଲେ ।ଅପରାହ୍ନରେ ବିଭିନ୍ନ ଅନୁଷ୍ଠାନରୁ ଆସିଥିବା କଳାକାର ମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସମସ୍ତଙ୍କ ମନ ମୋହିଥିଲା । ସମସ୍ତ କଳାକାରଙ୍କୁ ସମ୍ମାନିତ କଲାପରେ ଶ୍ରୀଯୁକ୍ତ ଦିବ୍ୟସ୍ୱରୁପ ପଣ୍ଡା କୃଷି ଜିଲ୍ଲା ଅଧିକାରୀ, ଗୁଣୁପୁର ର ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ଭାଗ୍ୟଶ୍ରୀ ମଲ୍ଲିକ, ସହକାରୀ କୃଷି ଯନ୍ତ୍ରୀ, ରାମନାଗୁଡ଼ା ଓ ଶ୍ରୀ ଉତ୍ତମ କୁମାର ଦାଶ, ସହକାରୀ ବୈଷୟିକ ପରିଚାଳକ,ମୁନିଗୁଡ଼ା ମଞ୍ଚକାର୍ଯ୍ୟ ପରିଚାଳନା କରିଥିଲେ ।