ଇଂରାଜୀ ନବବର୍ଷ ଉପଲକ୍ଷେ ସଞ୍ଜୀବ ସେନାର ବନ୍ଧୁମିଳନ: ବରୀର ବିକାଶକୁ ନେଇ ସଞ୍ଜୀବ ଜେନାଙ୍କ ସଂକଳ୍ପ
ବରୀ, ୦୮/୦୧ ( ରଂଜିତ ମହାନ୍ତି ) : ସାମାଜିକ ସଂଗଠନ ସଞ୍ଜୀବ ସେନାର ଆବାହକ ଯୁବ ସମାଜସେବୀ ସଂଜୀବ ଜେନାଙ୍କ ଆୟୋଜନରେ ଧାରପୁର ପଞ୍ଚାୟତର ନାଥପୁର ନଳବାଙ୍କ ପଡିଆ ଠାରେ ଇଂରାଜୀ ନବ ବର୍ଷ ଉପଲକ୍ଷେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ ଶ୍ରୀ ଜେନାଙ୍କ ଆହ୍ବାନରେ ଏହି କାର୍ଯ୍ୟକ୍ରମରେ ଧାର ପୁର, ସାହୁପଡ଼ା ପଞ୍ଚ ଞ୍ଚାୟତ ସମେତ ବରୀର ବିଭିନ୍ନ ପ୍ରାନ୍ତରୁ ସାଥୀମାନେ ଯୋଗ ଗଦେଇ ନବ ବର୍ଷ ପାଇଁ ପରସ୍ପର ଶୁଭେଛା ଆଦାନ ପ୍ରଦାନ କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୀବ ସେନାର ସ୍ଥାୟୀ ସଭାପତି ଦେବେନ୍ଦ୍ର ଜେନା, ଇନ୍ଦ୍ରମଣି ପରିଡା, ନିର୍ମଳ ଯତି, ବ୍ରହ୍ମାନନ୍ଦ ଜେନା, ମୂରଲୀଧର ଜେନା, ଜେନା, ଗିରିନ୍ଦ୍ର ପତି, ଶୁ ଶାନ୍ତ କୁ ମାର ଜେନା, ନରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରି ଥିଲେ । ଲା। ଆଗାମୀ ଦିନରେ ସଂଜୀ ଜୀବ ସେନା ବରୀରେ ସକ୍ରିୟ ରାଜନୀତିରେ ଯୋଗ ଦେଇ ବରୀର ବିକାଶ ଦିଗରେ ରେ ବିଶେଷ ଧ୍ୟାନ ଦେବ ବୋଲି ସଞ୍ଜୀବ ଜେନା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ I ଏହିକାର୍ଯ୍ୟକ୍ରମ ଆଗକୁ ଜାରି ରହିବା ନେଇ ଶ୍ରୀ ଜେନା ସୂଚନା ଦେଇଛନ୍ତି