Hot Posts

6/recent/ticker-posts

ଏୟୁପିଟିଏଫ ଶିକ୍ଷକ ସଂଘ ର ଏକାଅଶୀତମ ପ୍ରତିଷ୍ଠା ଦିବସ ପାଳିତ

ରାୟଗଡ଼, ୦୮/୦୧ ( ଭି. ଗୌରି ଶଙ୍କର ରାଓ ) : ଗତକାଲି   ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ରାୟଗଡ଼ ତରଫରୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଓଡିଶାର ଏକାଅଶିତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ବ୍ରାହ୍ମଣ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଧବାର ଦିନ ପାଳିତ ହୋଇଛି । ଉପସଭାନେତ୍ରୀ ବି ସୁଜାତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଘ ଉପସଭାପତି ନରେଶ ସିଂ ଓ ଆଞ୍ଚଳିକ ସଂପାଦକ ଦିପକ ରାଉତ ମିଳିତ ଭାବେ ସଂଘୀୟ ପତାକା ଉତ୍ତୋଳନ କରିଥିଲେ । ଡ:ହରେକୃଷ୍ଣ ମହତାବଙ୍କ ଦ୍ଵାରା ୧୯୪୬ ମସିହା ଜାନୁଆରୀ ୭ ତାରିଖରେ ପ୍ରତିଷ୍ଠିତ ଏହି ସର୍ବ ପୂରାତନ ସଂଘ ଶିକ୍ଷା, ଶିକ୍ଷକ ଓ ଶିକ୍ଷାୟତନର ବିକାଶ ନିମନ୍ତେ ସର୍ବଦା ଚେଷ୍ଟିତ। ନୂତନ ଶିକ୍ଷା ପଦ୍ଧତି ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ନିମନ୍ତେ ସରକାର ଚେଷ୍ଟିତ ଥିବା ବେଳେ ଶିକ୍ଷା ସମ୍ପର୍କିତ ସମସ୍ୟା ସମାଧାନ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଏହି ସଂଘ ସର୍ବଦା ସରକାରଙ୍କୁ ଉଚିତ ପରାମର୍ଶ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସ୍ବାର୍ଥ ରକ୍ଷା ନିମନ୍ତେ ସରକାରଙ୍କୁ ମାର୍ଗ ଦର୍ଶନ କରି ଆସୁଛି ବୋଲି ନେତୃବୃନ୍ଦ ଅଭିଭାଷଣ ରଖିଥିଲେ । ଏହି ଶିକ୍ଷକ ସଂଘରେ ସବୁ ବର୍ଗର ଶିକ୍ଷକ ସାମିଲ ଥିବାରୁ ସମସ୍ତ ବର୍ଗର ଶିକ୍ଷକଙ୍କ ପାଇଁ ଏୟୁପିଟିଏଫ କାର୍ଯ୍ୟକରି ଆସୁଛି ବୋଲି ଉପସଭାନେତ୍ରୀ ବି ସୁଜାତା ପ୍ରକାଶ କରିଛନ୍ତି । ଜିଲ୍ଲା ସଂପାଦକ ନୀଳାଞ୍ଚଳ ମିଶ୍ର, ସଂଯୋଜକ ସାନନ୍ଦ ବେନିଆ, ରାୟଗଡ ବ୍ଲକ ସଭାପତି ସଦାନନ୍ଦ ନାୟକ, ସଂପାଦକ ଦୁର୍ଗା ସନ୍ୟାସୀ ବେହେରା, ସୁବାସ ଚନ୍ଦ୍ର ପାଳ, ଶିବରାମ ମିଶ୍ର, ମୃତ୍ୟୁଞ୍ଜୟ ସା, ମହେନ୍ଦ୍ର ବିଭୋର, ସରୋଜ କୁମାର ପତ୍ରୀ ପ୍ରମୁଖ ସଂଘୀୟ କର୍ମକର୍ତ୍ତାଗଣ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ ।