ପୂର୍ଲା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ
ଝରିଗାଁ, ୩୧/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କାନାକୋଟ ପଂଚାୟତ ଅନ୍ତର୍ଗତ ପୂର୍ଲା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ପ୍ରଧାନ ଶିକ୍ଷକ ଅରୁଣ କୁମାର ବଳଙ୍କ ସଭାପତିତରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅଥିତି ଭାବେ ବିଦ୍ୟାଳୟର ସଭାପତି ତଥା ଝରିଗାଁ ବିଧାୟକ ନରସିଂହ ଭତ୍ରା ଯୋଗଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ବିଜେପି ଜିଲ୍ଲା ସମ୍ପାଦକ ଫିରଜ ଷଡ଼ଙ୍ଗୀ, ସମ୍ମାନିତ ଅଥିତି ଭାବେ ବିଜେପି ବରିଷ୍ଟ ନେତା ସନାମାଝି, ଜଗଦୀଶ କଲାର ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସହ କ୍ରୀଡା ର ଆବଶ୍ୟକତା ରହିଥିବା କହିଥିଲେ | ବୈଠକର ପରିଚାଳନା ଶିକ୍ଷକ ଶରତ କୁମାର ଗିରି କରିଥିଲେ | ବୈଠକ ପରେ ବିଧାୟକ ଶ୍ରୀ ଭତ୍ରା ପତାକା ଉତ୍ତଳନ କରି କ୍ରୀଡାର ଶୁଭ ଆରମ୍ଭ କରିଥିଲେ | କ୍ରୀଡା ଶିକ୍ଷକ ସୁବାଷ ଚନ୍ଦ୍ର ଜେନା,ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ଚାପାଧାରୀ ସାମଲ, ଅଜୟ କୁମାର ନନ୍ଦ,ଅଶୋକ କୁମାର ଦାସ,ଦୀପକ କୁମାର ମିସ୍ତ୍ରୀ,ସୁବ୍ରତ ସରକାର,ମୁକୁନ୍ଦ ଭତ୍ରା,ରଞ୍ଜନ କୁମାର ଶାସମାଲ,ଅଭୟ କୁମାର ଜେନା ପ୍ରମୁଖ ସହଯୋଗ କରିଥିଲେ |