Hot Posts

6/recent/ticker-posts

ଗୋରମ୍ବାଗାଁ ର ଦୁଇ ବିଧବାଙ୍କୁ କେବେ ମିଳିବ ଭର୍ତ୍ତା

ଝରିଗାଁ, ୩୧/୦୧ ( ନକୁଳ ଭତ୍ରା ) : ସରକାର ବିଧବା ମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା କରିଛନ୍ଥି | ହେଲେ ଜନପ୍ରତିନିଧି ଓ ବ୍ଲକ ପ୍ରଶାସନିକ ଅଧିକାରୀ ତଥା ସଚେତନତା ଅଭାବ ଯୋଗଁ ଅନେକ ବିଧବା ଏବେ ବି ସରକାରଙ୍କ ଏହି ଯୋଜନା ରୁ ବଞ୍ଚିତ ରହି ଦୁର୍ବିସହ ଜୀବନ ବଂଚୁଛନ୍ତି | ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି | ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକାମ୍ବା ପଂଚାୟତ ଗୋରମ୍ବା ଗାଁରେ ଗାଁ ର ରାଇବାରୀ ଭତ୍ରା ବୟସ (44)ଙ୍କ ସ୍ୱମୀ ମୁର୍ତ୍ତୁକୁ ବର୍ଷେ ଭିତିଯାଇଥିଲେ ମଧ୍ୟ୍ୟ ଆଜି ପ୍ରଯ୍ୟନ୍ତ ବିଧବା ଭର୍ତ୍ତା ପାଇବାରୁ ବଞ୍ଚିତ | ଠିକ ସେଇପରି ସେହି ଗ୍ରାମର ଅନ୍ୟ ବୈଶାକି ଭତ୍ରା ବୟସ (35)ତିନି ବର୍ଷ ତଳେ ନିଜ ସ୍ୱମୀ କୁ ହରାଇ ବିଧବା ଅବସ୍ଥାରେ ନିଜ ପୁଅ ଝିଅ ସହିତ ଦୟନୀୟ ଭାବେ ଜୀବନ ଜାପନ କରୁଥିବା ଦେକିବାକୁ ମିଳିଛି | ଉଭୟ ବିଧବା ହୋଇ କୁଳି ମଜୁରୀ କରି ପେଠ ପାଇଁ ଦାନା ଯୋଗାଡ଼ କରୁଥିବା ବେଳେ ପରିବାର ନାନା ସମସ୍ୟା ନେଇ ଜୀବନ ବିତାଉଥିବା ଦେକିବାକୁ ମିଳିଛି | ଗରିବ, ଦିନମଜୁରିଆ, ଖଟିକିଆ, ଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି |ସତ ହେଲେ ଯୋଜନାରୁ ଖଟିଖିଆ, ଗରିବ,ଙ୍କ ପାଇଁ ସାତ ସପନ ପାଲଟିଛି | ତେଣୁ ପ୍ରଶାସନ ଯଥାଶୀଘ୍ର ଏହି ଅସହାୟ ପରିବାରକୁ ଆବାସ ଗୃହ, ବିଧବା ଭର୍ତ୍ତା ଯୋଗାଇଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି |