Hot Posts

6/recent/ticker-posts

ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦଘାଟିତ

କର୍ଲାମୁଣ୍ଡା, ୧୮/୦୧ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥ କୌଶଲ୍ୟା ଜୁନିଅର ମହାବିଦ୍ୟାଳୟ ଠାରେ ଜାତୀୟ ସେବା ଯୋଜନାର ଶୀତ କାଳୀନ ସ୍ୱତନ୍ତ୍ର ଶିବିର ୨୦୨୬ ଉଦଘାଟନ ହୋଇ ଯାଇଛି। ଅଧ୍ୟକ୍ଷ ହେମନ୍ତ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜାତୀୟ ସେବା ଯୋଜନାର ଅଧିକାରୀ ନୀଳାମ୍ବର ପାତ୍ର ଶିବିରାର୍ଥୀ ମାନଙ୍କୁ ସାତଦିନିଆ ରହଣୀର କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ଅଧ୍ୟାପକ ଗିରିରାଜ ଗହୀର, ତାପସ ରଞ୍ଜନ ସାହୁ, ଦୁଷ୍ମନ୍ତ ମିର୍ଧା, ଅଧ୍ୟାପିକା ଲିମା ପଧାନ, ସିତା ରତାଇ ଉପସ୍ଥିତ ରହି ଶିବିରାର୍ଥୀ ମାନଙ୍କୁ ଗୋଷ୍ଠୀ ସେବା ମାଧ୍ୟମରେ ନିଜର ବ୍ୟକ୍ତିତ୍ୱ କିପରି ବିକାଶ ହୋଇ ପାରିବ ସେ ବିଷୟରେ ଶିବିରାର୍ଥୀ ମାନଙ୍କୁ ଉଦବୋଧନ ଦେଇଥିଲେ। ଚିନ୍ମୟ ରଣା,ଜଗଦିଶ ଭୋଇ, ନାରାୟଣ ଗହୀର, ଯୋଗେନ୍ଦ୍ର ବେହେରା, ପାଣ୍ଡବ ହରିଜନ, କଳ୍ପନା ରଣା ଉପସ୍ଥିତ ରହି ସହଯୋଗ କରିଥିଲେ।