ବ୍ଲକ ସ୍ତରୀୟ ୧୫୦ତମ ବନ୍ଦେ ମାତରଂ ବାର୍ଷିକ ପାଳନ ଉତ୍ସାହର ସହ ଅନୁଷ୍ଠିତ
ସିନାପାଲି, ୧୮/୦୧ ( ସୁରେଶ ମହାନନ୍ଦ ) : ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ପି.ଏମ. ଶ୍ରୀ ଉଚ୍ଚ ବିଦ୍ୟାଳୟ, ସିନାପାଲି ରେ ବ୍ଲକ ସ୍ତରୀୟ ୧୫୦ତମ ବନ୍ଦେ ମାତରଂ ବାର୍ଷିକ ପାଳନ କାର୍ଯ୍ୟକ୍ରମ ଉତ୍ସାହ ଓ ଗରିମାମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ମୀ ଓରାମ। ମୁଖ୍ୟ ଅତିଥି ଭାବେ ମାଧୁରୀ ମାଝୀ, ଅଧ୍ୟକ୍ଷା ପଞ୍ଚାୟତ ସମିତି, ସିନାପାଲି ଯୋଗଦେଇ ଦେଶଭକ୍ତି ଓ ରାଷ୍ଟ୍ରୀୟ ଚେତନା ଉପରେ ଗୁରୁତ୍ୱ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶ୍ରୀ ମନୋରଞ୍ଜନ ମେହେର, ବରିଷ୍ଠ ପ୍ରଧାନ ଶିକ୍ଷକ, ପି.ଏମ. ଶ୍ରୀ ଉଚ୍ଚ ବିଦ୍ୟାଳୟ, ସିନାପାଲି ବନ୍ଦେ ମାତରଂର ଐତିହାସିକ ଗୁରୁତ୍ୱ ଓ ଦେଶ ଗଠନରେ ଏହାର ଭୂମିକା ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ମିନା ଘିଭେଲା (ଉପାଧ୍ୟକ୍ଷା), ଶ୍ରୀମତୀ ଆଶା ଜୈନ (ଜିଲ୍ଲା ପରିଷଦ ସଭ୍ୟା), ଶ୍ରୀ ମନୋରଞ୍ଜନ କେରକେଟା (ଅତିରିକ୍ତ ତହସିଲଦାର), ଶ୍ରୀ ପ୍ରଦୀପ କୁମାର ପଣ୍ଡା (ABEO, ସିନାପାଲି) ଉପସ୍ଥିତ ଥିଲେ। ମଞ୍ଚକୁ ସ୍ୱାଗତ କରିଥିଲେ ଶ୍ରୀ କନକ ବର୍ଦ୍ଧନ ସାହୁ, ଅଧ୍ୟାପକ, ସିନାପାଲି କଲେଜ ଓ ଶ୍ରୀ ପରେଶ ନାଥ ପାଣିଗ୍ରାହୀ, ଶିକ୍ଷକ, ଟିମନପୁର ଉ. ପ୍ରା. ବିଦ୍ୟାଳୟ। ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରୀ ବଂଶୀଧର ଜଗତ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ BSSO ହରେକୃଷ୍ଣ ନାଏକ, WEO ସୁନୀଲ କୁମାର ସାମଲ, GPDO ସଞ୍ଜୟ କୁମାର ମହାନନ୍ଦ ଓ ପଞ୍ଚାୟତ ସମିତିର ସମସ୍ତ କର୍ମଚାରୀଙ୍କ ସହଯୋଗ ଉଲ୍ଲେଖନୀୟ ଥିଲା। ଏହି ଅବସରରେ ବନ୍ଦେ ମାତରଂର ଦେଶଭକ୍ତିମୂଳକ ଆଦର୍ଶକୁ ସ୍ମରଣ କରି ଦେଶ ପ୍ରତି ସେବା ଭାବ ଜାଗ୍ରତ କରିବାକୁ ଆହ୍ୱାନ ଦିଆଯାଇଥିଲା।