ହୃଦଘାତରେ ବରୀ ମାଉଣ୍ଡର ଯୁବ ବ୍ୟବସାୟୀଙ୍କ ଦେହାନ୍ତ
ବରୀ, ୧୮/୦୧ ( ରଂଜିତ ମହାନ୍ତି ) : ଗତକାଲି ରାତିରେ ବରୀ ମାଉଣ୍ଡର ଯୁବ ବ୍ୟବସାୟୀ ସୁଶାନ୍ତ କୁମାର ଦାଶଙ୍କର ଦେହାନ୍ତ ହୋଇଛି । ନିଜ ଦୋକାନରେ ବସିଥିଲା ବେଳେ ସେ ଅସୁସ୍ଥତା ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ ଯାଜପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ଦେହାନ୍ତ ହୋଇ ଯାଇଛି । ଏହି ଖବର ପ୍ରକାଶ ପରେ ବରୀ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଜଣେ ସରଳ, ମେଳାପି ଓ ମିଷ୍ଠଭାଷୀ ଯୁବକ ଭାବେ ସେ ସମସ୍ତଙ୍କ ପ୍ରିୟ ଥିଲେ । ସେ ବରୀ ଅଞ୍ଚଳରେ ଶୁଶିଆ ନନା ଭାବେ ପରିଚିତ ଥିଲେ ।