Hot Posts

6/recent/ticker-posts

ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପରିଦର୍ଶନ ଓ ଯୁବ ବିନିମୟ କାର୍ଯ୍ୟକ୍ରମ।

ଜୟପାଟଣା, ୨୯/୧ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟ ଅଧିନସ୍ଥ ମେରା ଯୁବ ଭାରତ କାର୍ଯ୍ୟାଳୟ ନବରଙ୍ଗପୁର ତରଫରୁ ଗତ ୨୭.୦୧.୨୬ ରୁ ୩୧.୦୧.୨୬ ପର୍ଯ୍ୟନ୍ତ ଏକ ଅନ୍ତଃ ଜିଲ୍ଲା ଯୁବ ବିନିମୟ କାର୍ଯ୍ୟକ୍ରମ ଜାରି ରହିଛି ଏହି ପରିପେକ୍ଷୀ ରେ ଗୁରୁବାର ମୁଖିଗୁଡା ସ୍ଥିତ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପରିଦର୍ଶନ କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ରୁ ୩୫ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ମାନେ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମ ର ଏକ ସୋପାନ ରେ କ୍ଷେତ୍ର ପରିଦର୍ଶନ ପରିପ୍ରେକ୍ଷୀରେ ପ୍ରତିଭାଗି ଓ କର୍ମକର୍ତ୍ତା ମାନେ ମୁଖିଗୁଡ଼ା ସ୍ଥିତ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପରିଦର୍ଶନ କରିଥିଲେ। ଏହି ଶକ୍ତିକେନ୍ଦ୍ର ର ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଏମାନଙ୍କୁ ପ୍ରକଳ୍ପ ବିଷୟରେ ତଥା ଏହାର ଉପାଦେୟତା ସମ୍ବନ୍ଧରେ ବୁଝାଇଥିଲେ। ନେହେରୁ ଯୁବ କେନ୍ଦ୍ର ର ପୂର୍ବତନ ସ୍ବେଚ୍ଛାସେବୀ ତଥା ଜିଲ୍ଲା ଯୁବ ପ୍ରତିଭା ଚିତ୍ତରଞ୍ଜନ ଦଳପତି ସମସ୍ତଙ୍କୁ ଏ ଅଞ୍ଚଳ କଳା,ସଂସ୍କୃତି,ପରମ୍ପରା,କୃଷି, ଜୀବନଜୀବିକା ବିଷୟରେ ଭାବ ବିନିମୟ ମାଧ୍ୟମରେ ଆଲୋଚନା କରିଥିଲେ। ଜିଲ୍ଲା ଯୁବ ସଂଯୋଜକ ନବରଙ୍ଗପୁର ଶ୍ରୀ ବି ରମେଶ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେ ଯୁବ ପ୍ରତିଭା ଶ୍ରୀ ଦଳପତିଙ୍କୁ ପ୍ରୀତି ଉପହାର ଓ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବାଣୀପ୍ରିୟା ପାତ୍ରୋ,ଭୂପେନ୍ଦ୍ର ବିଷୋୟୀ, କ୍ଷିରସିନ୍ଧୁ ବୈଦ୍ୟ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ