Hot Posts

6/recent/ticker-posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ |

ଝରିଗାଁ, ୦୭/୦୧ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବେଳଗାଁ ପଞ୍ଚାୟତ ଅନ୍ତର୍ଗତ କର୍ମରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଅନ୍ତର୍ଭୁକ୍ତ କରାଯିବା ସହିତ ଆଜି ବିଦ୍ୟାଳୟ ପରିସରରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି |ଏହି ଶୁଭ ଅବସରରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ସାଂସଦ ପ୍ରତିନିଧି ଝରିଗାଁ ତହସିଲଦାର ସୁମନ୍ତ ପାତ୍ର,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଝରିଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦଶରଥ ଗଣ୍ଡ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିରୁପମା ସ୍ୱାଇଁ, ବିଜେପି ଜିଲ୍ଲା ସମ୍ପାଦିକା ସୁମିତ୍ରା ମାଝୀ ପ୍ରମୁଖ ଯୋଗ ଦେଇଥିଲେ |ମାନ୍ୟବର ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟର 118ଟି ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରି ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୀବନୀ ଓ ଶିକ୍ଷା ଓ ସମାଜ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଥିବା କହିଥିଲେ |ମଞ୍ଚାସିନ ଅତିଥିମାନେ ମଧ୍ୟ ପଣ୍ଡିତ ଗୋଦାବରୀଶ ମିଶ୍ର ଜଣେ କବି, ଲେଖକ, ଗାଳ୍ପିକ, ନାଟ୍ୟକାର, ଉପନ୍ୟାସିକ, ଗାଥାକାର ଓ ଜଣେ ଆଦର୍ଶ ଶିକ୍ଷକ ଥିବା କହିଥିଲେ |ସେ ସତ୍ୟବାଦୀ ବନ ବିଦ୍ୟାଳୟର ଜଣେ ଆଦର୍ଶ ଶିକ୍ଷକ ରହିବା ସହିତ ପଞ୍ଚସଖା ମଧ୍ୟରେ ଜଣେ ଥିଲେ |ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗେଇବା ଉଦେଶ୍ୟ ନେଇ ରାଜ୍ୟ ସରକାର ଏହି ଯୋଜନା କରିଥିବା ମଞ୍ଚାସିନ ଅତିଥିମାନେ କହିଥିଲେ |