ଅସହାୟ ଙ୍କୁ ସହାୟତାର ହାତ ବଢ଼େଇଲେ ବିଧାୟକ ନରସିଂହ ଭତରା
ଝରୀଗାଁ, ୦୭/୦୧ ( ନକୁଳ ଭତ୍ରା ) : କିଡ଼ନୀ ରୋଗରେ ପୀଡିତ ବାଳକ ବଜରଙ୍ଗୀ ଙ୍କ ପରିବାର କୁ ଭେଟିଲେ ବିଜେପି ବିଧାୟକ ନରସିଂହ ଭତ୍ରା, ଦୀର୍ଘ ଚାରି ବର୍ଷ ଧରି କିଡ଼ନୀ ରୋଗ ଜନିତ ସମସ୍ୟାରେ ପୀଡିତ ପରିବାରକୁ ମିଳିଛି ଆଶ୍ୱାସନା , ସୂଚନା ଥାଉକି, ନବରଙ୍ଗପୁର ଜିଲ୍ଲା ଝରୀଗାଁ ପଂଚାୟତ ସମିତି ବେଲଗାଁ ଗ୍ରାମପଂଚାୟତ ଅନ୍ତର୍ଗତ ଜୁନାପାଣି ଗାଁ, ସେହି ଗାଁ ର ସତ୍ୟବାନ ଙ୍କ ପରିବାର, ପରିବାର କହିଲେ ଜେଜେମା,ବାପା ମାଆ ଙ୍କ ସମେତ ଗୋଟିଏ ବୋଲି ପୁଅ ବଜରଙ୍ଗୀ ଆଉ ଗୋଟିଏ ବୋଲି ଝିଅ, ମୋଟ ପାଞ୍ଚ ପ୍ରାଣୀ। ସତ୍ୟବାନ ହେଉଛନ୍ତି ଜଣେ ଦିନମଜୁରିଆ,ପ୍ରତିଦିନ ମୁଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ,ସେଥିରେ ପୁଣି ଆଠ ବର୍ଷର ଗେହ୍ଲା ପୁଅ ବଜରଙ୍ଗୀ କିଡ଼ନୀ ବେମାର ରେ ପୀଡିତ, ପୁଅକୁ ନିଜର ସାମର୍ଥ୍ୟ ଅନୁସାରେ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ପର୍ଯ୍ୟନ୍ତ ନେଇ ଚିକତ୍ସା କରାଇଥିବା କୁହନ୍ତି ପରିବାର ଲୋକେ , ମାସେ ନୁହେଁ କି ବର୍ଷେ ନୁହେଁ ଆଜକୁ ଦୀର୍ଘ ଚାରିବର୍ଷ ହେଲା କେବେ ଝରୀଗାଁ ତ କେବେ ଉମରକୋଟ ଅତିବେଶୀ ହେଲେ ନବରଙ୍ଗପୁର ଜିଲ୍ଲାମୁଖ୍ୟ ଚିକତ୍ସାଳୟ କୁ ନେଇ ଚିକତ୍ସା କରିଆସୁଥିବା କହିଛନ୍ତି ସତ୍ୟବାନ, ଦିନକୁ ଦିନ ରୋଗ ବଢ଼ି ବଢ଼ି ବର୍ତମାନ ହାତ ଗୋଡ଼ ମୁହଁ ଦେହ ଫୁଲିବାରେ ଲାଗିଛି, ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି ପୁଅ ବଜରଙ୍ଗୀ। ପିଲାଟି ର ଏଭଳି କଷ୍ଟ ଦେଖି ଦେଖି ବାପା ମାଆ ମଧ୍ୟ ଦୁଃଖରେ ଭାଙ୍ଗି ପଡିଥିଲେ , ବର୍ତ୍ତମାନ ପିଲାଟିର କିଡ଼ନୀ ଜନିତ ରୋଗ ହୋଇଥିବା ଜାଣି ପରିବାର ପୁରା ଚିନ୍ତାରେ ଦିନ କାଟୁଥିବା ବେଳେ ନା ହାତରେ ସମ୍ବଳ ଅଛି ନା ଜମିବାଡ଼ି, ଯାହା ଟିକକ ସୁନାବନା ଥିଲା ସବୁ ବିକି ଭାଙ୍ଗି ବଜରଙ୍ଗୀ ଲାଗି ଖର୍ଚ୍ଚ କରିଦେଲେ ଏବେ ନିସ୍ଵ ହୋଇଯାଇଥିବା ଏହି ପରିବାର କିଏ କେତେବେଳେ ଟିକିଏ ସାହାର୍ଯ୍ୟ କରିବେ ଏବଂ କିଏ ଏମାନଙ୍କ ଭଗବାନ ସାଜି ସହାୟତା ର ହାତ ଟିକେ ବଢେଇବେ ଏହି ଦିନକୁ ଚାହିଁ ବସିଥିବା ବେଳେ ହଟାତ ବିଧାୟକ ଏହି ଗରିବ ପରିବାର ର ଦୁଆରେ ପହଂଚି ଏମାନଙ୍କୁ ସହାୟତାର ହାତ ବଢ଼େଇଛନ୍ତି. ବଜରଙ୍ଗୀ ଏବଂ ପରିବାର କୁ ସାହସ ଯୋଗେଇଛନ୍ତି, ବଜରଙ୍ଗୀର ଆବଶ୍ୟକୀୟ ଚିକତ୍ସା ଲାଗି ଜିଲ୍ଲା ସ୍ତରରେ ସମ୍ପର୍କ କରି ଆବଶ୍ୟକୀୟ ଚିକତ୍ସା ଲାଗି ନିଆଯିବ ଏବଂ ସେ ସମ୍ପର୍କରେ ରହିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି, ତେଣୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଙ୍କ ସହ ଯୋଗ ଯୋଗ କରି ବଜରଙ୍ଗୀ ର ଚିକତ୍ସା କିପରି ହେବ ସେ ନେଇ ଆଲୋଚନା କରିବା ପରେ ବଜରଙ୍ଗୀ କୁ ସେଠାକୁ ନେଇ ଉପଯୁକ୍ତ ଚିକତ୍ସା ଯୋଗେଇଦିଆଯିବ ବୋଲି କହିଛନ୍ତି.